Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ବେବୀ ଓ ବାବା

ବେବୀ ଓ ବାବା

1 min
221



ବାବା ଶବ୍ଦର ମହତ୍ତ୍ଵ

ଠିକ୍ ବୁଝିଛି, ଯାହା ଅଙ୍ଗେ ନିଭାଇଛି

ସେ ଶବ୍ଦର କୁହୁକ ନୁହେଁ ଭୁଲିବାର

ସେ ଶବ୍ଦର ସମ୍ପର୍କ ଅତି ଆପଣାର

ଭୁଲି ହେବ ନାହିଁ ଏ ମର ଶରୀରେ ।


ତୋ କୋମଳ ଓଠ ଦୁଇ ଧାରେ

ଉଚ୍ଚାରିତ ବାବା ବାବା ଶବ୍ଦ

ପ୍ରଥମେ ଶୁଣିଛି, ଖୁସୀ ବି ହୋଇଛି

ବାତ୍ସଲ୍ୟ ଢେଉରେ ଭସାଇ ନିଜକୁ

ଭାସି ଗଲି ଖୋଜିବାକୁ ବାତ୍ସଲ୍ୟ ଚେହେରା

ଫେରି ମୁଁ ପାଇଲି

ମୋ ବiସ୍ଚଲ୍ୟ ରୂପ, ତୋ ଚପଳତାରେ ।


ମୋ ସହ ମିଛ ମିଛିକା ଅନା ବନା ଖେଳ

ଘର ସାରା କେତେ କୋଳାହଳ

ମିଛ ହସ ମିଛ କାନ୍ଦ ମିଛ ଭୁତ କଥା

ମିଛ ନୂଆ ବୋହୂ, ମିଛ ମାଆ ଗେଲ

ମିଛ କିନ୍ତୁ ମୋ ପାଇଁ ସତ

ଚିର ସ୍ମରଣୀୟ ସତ୍ୟ ।


ତୋ ପାଇଁ ଏତା ଆଣିଦେବି

ପରେ ପରେ ସେତା ଆଣିଦେବି

କହିଦେଲେ ଥରେ ଦୁଇଥର

ରାଜି ହୋଇଅଛୁ, ସବୁ ବୁଝିଗଲା ପରି

ଆଉ ଖୁସିରେ ମୁଁ ନାଚୁଥିଲି,

ଠକିଦେଲି ବୋଲି , ଠିକ୍ ସମୟରେ ।


ମୋ ନାନାବାୟା ଗୀତ ଆଉ ଗପ

ତୁ ହିଁ ଶୁଣିଛୁ

ହଁ ହଁ କହି, ଖୁସୀ ବି ହୋଇଛୁ

ମନଗଢା ହେଉ ଅବା ଖାଣ୍ଟି ମିଛ ଗପ

କେତେ ଶାନ୍ତି ସେଇ ମୁହୂର୍ତରେ

ଶୋଇପଡୁ ଯେବେ, ଗପ ଶୁଣି ଗୋଟିଏ ଲୟରେ ।


ତୋ ମାମା ସହ ଉଚ୍ଚବiଚ୍ଚ

ତୋ ପାଇଁ ଅସହ୍ୟ

ସବୁବେଳେ ମାମା ସପକ୍ଷରେ

ମୋତେ ବି ତାଗିଦ୍ କରିଛୁ

ଅଭିମାନେ କଥା କହି ନାହୁଁ

ବୁଝିଛି ତୋ ଅକୁହା କଥା

କିନ୍ତୁ, ବୁଝିପାରୁନାହିଁ କିମ୍ପା ଉଚ୍ଚବiଚ୍ଚ

ଟିକକ କଥାରେ ।


ମୋର ଆଉ ଦୁଃଖ କ'ଣ ଯେ

ତୁ ତ ଆନନ୍ଦ ଦେଇଛୁ

ହସାଇଛୁ ଦୁଃଖ ସମୟରେ

 ଖେଳାଇଛୁ ବୋର୍ ଥିଲାବେଳେ

ନଚାଇଛୁ ପ୍ରତି ମୁହୂର୍ତ୍ତରେ

ଏବେ କିନ୍ତୁ ତୋ କଥା ହୃଦୟ ଭିତରେ ।


ତୋ ଓ ମୋ ର ପାର୍ଥକ୍ୟ

ସବୁ କିଛି ଅଦଳ ବଦଳ

ତୋ ଅଝଟ ଅମାନିଆ କଥା

      ମୋ ରାଗ ମାଡ ଆଉ ଗାଳି

ତୋ ରାଗ ମାନ ଅଭିମାନ

       ମୋ ମନ ଭୁଲା ମନଗଢi ଗପ 

ଏବେ କିନ୍ତୁ ମିଳାମିଶା ହୃଦ କନ୍ଦରରେ ।


ତୁ କୁଆଡେ଼ ସେଇଠି ଅଭିମାନେ ଅଛୁ

      ମୁଁ ଏଠି ନିଇତି ଝୂରୁଛି

ତୋ ଚାରିପାଖେ ଗହଳି ଲାଗିଛି

      ନିରବେ ଏଠାରେ ତୋ କଥା ଭାବୁଛି

ବାବା ବାବା ଖୋଜୁଛୁ କି ନାହିଁ

  ଏଠି ମୁଁ ପ୍ରଳାପ କରୁଛି.. ବେବୀ ଆଉ ବେବୀ  ।

                  

        

      


      



Rate this content
Log in

Similar oriya poem from Inspirational