Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ଭାବ ବିନୋଦିଆ

ଭାବ ବିନୋଦିଆ

1 min
255



ଏମିତି ଭାବ ଟେ ଦିଅ ହେ ସାଆନ୍ତ

      ନିତିଦିନ ତୁମକୁ ଭଜିବି

ସେ ଭାବ ରେ ତୁମକୁ ଚାହଁ ହେ ସାଆନ୍ତ

       ଦୁଃଖ ସବୁ ଭୁଲି ଯିବି ।


ଜୀବନ ରେ ତୁମକୁ ମାଗେନି କିଛି

ତୁମରି ଶ୍ରୀ କ୍ଷେତ୍ର ରେ ଶାନ୍ତି ମିଳୁଛି

ତୁମରି ନାମ ରେ ହଜି ଯାଉଅଛି

ହୃଦ କନ୍ଦର ରେ ତୁମକୁ ଦେଖୁଛି ।


ଏମିତି ଜାଗା ଟେ ଦିଅ ହେ ସାଆନ୍ତ

      ନିରଳାରେ ଗୁଣ ଗାଇବି

ସେଇ ଜାଗା ରେ ତୁମ ଗୁଣକୁ ଗାଇ 

      ତୁମ ପାଇଁ ସାଆନ୍ତ ନିଜକୁ ଭୁଲିବି ।


ଧନ ପାଇଁ ଆଶା ନ ରହୁ ମୋହର

ତୁମେ ତ ପରମ, ଧନ ଭକତ ର

ସାଥି ହୋଇ ନାହିଁ କେହିତ ମୋହର

ତୁମ ବନ୍ଧୁ ହେଲେ, ଡର ନାହିଁ ମୋର ।


ଏମିତି ମନଟେ ଦିଅ ହେ ସାଆନ୍ତ

        ତୁମକୁ ନିତି ସେ ମନେ ଦେଖିବି

ମନ ମନ୍ଦିର ରେ ତୁମକୁ ଦେଖି

         ଆନନ୍ଦରେ ସାଆନ୍ତ ବୁଡି ଯାଉ ଥିବି ।


Rate this content
Log in

Similar oriya poem from Inspirational