Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Children

3  

SUKANTA KHANDA

Children

କେତୋଟି କଥା

କେତୋଟି କଥା

1 min
181



ଅଜାଙ୍କର ପାଖେ ବସିଥିବା ବେଳେ

   କହିଲେ ଧନରେ ସବୁ

କେତୋଟି କଥା ମୁଁ କହୁଛି ତୁମକୁ

  ସଦା ମନେ ରଖିଥିବୁ।୧

ଏହିକଥା ସବୁ ଜୀବନରେ ତୁମ

   ଆସିବ କାମରେ ଦିନେ

ଏହାକୁ ବୁଝିକି ନିଜକୁ ଭଲକି

   ସଦା ରଖିଥିବ ଧ୍ଯାନେ।୨

ଯିଏ ବି କୁହନ୍ତୁ ଯାହା ବି କୁହନ୍ତୁ

   ଭଲକି ଥରେ ଶୁଣିବ

ନ ଶୁଣି କିଛି ବି କହିବନି ପିଲେ

  କହିବା ପୂର୍ବରୁ ଭାବ।୩

ଈଶ୍ବରଙ୍କ ପାଇଁ ଯଦିରେ ପ୍ରାର୍ଥନା

   କରୁଛ ନିଜକୁ ହେଜ

ପ୍ରାର୍ଥନା ପୂର୍ବରୁ ବିଶ୍ବାସର ସହ

   ଭକତି ଭାବନା ଖୋଜ।୪

ଲେଖିବାକୁ ଯଦି ମନ ବଳୁଅଛି

   ଭଲକି ପୂର୍ବରୁ ଥରେ

ଚିନ୍ତା ଚେତନାକୁ ଜାଗରତ କରି

  ଭାବିବାକୁ ଦିଅ ବାରେ।୫

ଖରଚ କରୁଛ ବାପାଙ୍କର ଧନ

   କିଛି ହିଁ ବୁଝୁନ କେହି

କେତେ କଷ୍ଟକଲେ ରୋଜଗାର ହୁଏ

   ବାପା ହିଁ ତ ବୁଝିଥାଇ।୬

ସେ ପାଇଁ କହୁଛି ଖରଚ ପୂର୍ବରୁ

   ନିଜେ ରୋଜଗାର ଶିଖ

ଜାଣିବ ତେବେରେ ଦୁଃଖ ଆଉ କଷ୍ଟ

  ଏ କଥାରେ ଲୟରଖ।୭

ଅଜାଙ୍କର ଏହି କଥାକୁ ଶୁଣିକି

   ସବୁ ହିଁ ନାତି ନାତୁଣୀ

ଲୁହ ଗଡେ଼ଇକି ଶପଥ କରିଲେ

   ମୋଟେ ଅଜା ଭୁଲିବୁନି।୮

ସଂସାରର ଏହି ଗୁଢ଼ତତ୍ତ୍ଵ କଥା

   ଶୁଣେଇ ଥିବାରୁ ଖୋଜି

କୋଟି ଧନ୍ଯବାଦ ଆଉ ବି ପ୍ରଣାମ

   ଗ୍ରହଣ କରନ୍ତୁ ଆଜି।୯

କୋଟି ଆଶୀର୍ବାଦ ନାତି ନାତୁଣୀଙ୍କୁ

   ଦେଇ ଉଠି ଚାଲିଗଲେ

ପିଲାମାନେ କିନ୍ତୁ ଅଜାଙ୍କ ଯିବାକୁ

   ଅପଲକେ ଚାହିଁଥିଲେ।୧୦

     


Rate this content
Log in

Similar oriya poem from Children