Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories

3  

DILIP KUMAR SAHOO

Children Stories

ପଢ଼ିବା ଗୀତା ଖାଇବା ପିତା

ପଢ଼ିବା ଗୀତା ଖାଇବା ପିତା

1 min
136


ଭଲ କଥା ଯେ ଶିଖୁ ଅନେକ

ପଢିଲେ ଆମେ ଗୀତା

ଦେହ ମନ ତ ରୁହଇ ଭଲ 

ଖାଇଲେ ନିତି ପିତା ‌।


ବରଷା ହେଲେ ହୁଅଇ ଖୋଜା 

ପଖିଆ ଅବା ଛତା

ପଦାକୁ ପାଦ କାଢିଲେ ଆମେ

 ନିହାତି ଲୋଡ଼ା ଯୋତା।


ଘର ଛପର ପାଇଁକି ଆସେ

ନଡ଼ା ବାଉଁଶ ବତା

ଜେଜ ବଳନ୍ତି ଦଉଡି ବସି

 ବଳି ନଡ଼ିଆ କତା।


ଅଜା ଲେଖନ୍ତି ଘର ଖରଚ

ମେଲି ହିସାବ ଖାତା

ଆଈ ମୁଣ୍ଡ କୁ ଭାରି ସୁନ୍ଦର

ନାଲି ରିବନ ଫିତା ‌।


ମାଣ ଓଷା ରେ ଘର କାନ୍ଥରେ

ବୋଉ ପକାଏ ଚିତା

ବରଷା ପାଣି ଜମିବ ନାହିଁ 

ଖାଲ ହେଉଛି ପୋତା ।


ବାଡି ବଗିଚା ସୁନ୍ଦର ଦିଶେ

ଥିଲେ ତ ଗଛ ଲତା

ଗଛ ଲତା ଙ୍କ ଯତନ ନେଲେ

 ହୋଇବେ ଆମ ହିତା।


ଆମ ପାଇଁକି ଦିଅଁ ଦେବତା

 ଆମରି ପିତା ମାତା

ମନ ଲଗେଇ ପଢିଲେ ପାଠ

 ହେବା ଜଗତ ଜିତା ।


ଜଗତ ନାଥ ଶ୍ରୀ ଜଗନ୍ନାଥ 

ସାରା ଜଗତ ନେତା

ଭକତ ପାଇଁ ଆଖିରେ ତାଙ୍କ

ପଡେନି ଜମା ପତା।



Rate this content
Log in