STORYMIRROR

Kishore Nayak

Children

3  

Kishore Nayak

Children

ସନ୍ଧ୍ୟା ଦୀପ

ସନ୍ଧ୍ୟା ଦୀପ

1 min
157


ପକ୍ଷୀ ଦଳ ଦଳ ଗଲେଣି ଉଡି 

ସୂରୁଜ ଗଲେଣି ପଶ୍ଚିମେ ବୁଡି 

ଆସିଲାଣି ସନ୍ଧ୍ୟା କାଳ 

ଗୋଡ଼ ହାତ ଧୋଇ ଆସରେ ପିଲେ 

ସନ୍ଧ୍ୟା ଦୀପଟିଏ ଜାଳ ll

ପ୍ରଭୁଙ୍କୁ ସୁମରି ଭକତି ଚିତ୍ତେ 

ମନ ସ୍ଥିର କରି ହୃଦୟଗତେ 

ପାଠ ପଢ଼ ସବୁ ବସି 

ଜ୍ଞାନ ଅରଜନେ ଯୋଗ୍ୟତା ଭାଜନେ 

ଜୀବନ ଉଠିବ ହସି ll

ସାର୍ଥକ ସଫଳ ଜୀବନ ପାଇଁ 

ବିଦ୍ୟା ପ୍ରୟୋଜନ ନିଶ୍ଚେ ହୁଅଇ 

କରନାହିଁ ଜମା ହେଳା 

ବିଦ୍ୟା ଆଭୂଷଣେ ମଧୁମୟ ହେବ 

ଜୀବନର ମୁଖଶାଳା ll

ବାଲ୍ୟକାଳୁ ବିଦ୍ୟା କର ସାଧନ 

ସ୍ଥିତପ୍ରଜ୍ଞ ହେବ ଏଇ ଜୀବନ 

ବିଜ୍ଞତା ହୋଇବ ବୃଦ୍ଧି

କର୍ମକ୍ଷେତ୍ରେ ଅବା ଜୀବନ ଚର୍ଯ୍ୟାରେ 

ସବୁଠି ଲଭିବ ସିଦ୍ଧି ll

ଭବିଷ୍ୟତ ହେବ ଉଜ୍ଜଳମୟ 

ବିଦ୍ୟା ଅରଜନେ ରଖିଲେ ଲୟ 

ବେଳ ଥାଉଁ କର ଯତ୍ନ 

ହୀରା ନୀଳା ମୋତି ମାଣିକଠୁ ବଳି 

ଅଟେ ଏ ଅମୂଲ୍ୟ ରତ୍ନ ll



Rate this content
Log in

Similar oriya poem from Children