Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Children Stories Inspirational

3  

LALIT MOHAN DASH

Children Stories Inspirational

ଆମ ମାତୃଭାଷା

ଆମ ମାତୃଭାଷା

1 min
151



ମା'ରୁ ଉତ୍ପତ୍ତି ମା'ଠୁଁ ହିଁ ଆରମ୍ଭ

ଏଇ ଆମ ମାତୃଭାଷା 

ମୋ ମାତୃଭାଷାକୁ ସରି ନୁହଁ କେହି

ତା'ଠି ଯେତେ ଅଳଙ୍କାର ଖୋସା ।।


ଅଞ୍ଚଳୁ ଅଞ୍ଚଳ ଭିନ୍ନ ପ୍ରୟୋଗ ତା

ମଧୁରତା ଭରେ ମନରେ 

ଅଞ୍ଚଳର ଯେତେ ପରିଚୟ ଦିଏ

ବଖାଣିଥାଏ ଯେ ଜିଲ୍ଲାରେ ।।


ମୟୂରଭଞ୍ଜିଆ କେ ସମ୍ବଲପୁରିଆ କେ

ଜଣାଏ କେ କଟକିଆ 

ବ୍ରହ୍ମପୁରିଆ କେ କେ କୋରାପୁଟିଆ

ପୁଣି କହେ ବାଲେଶ୍ୱରିଆ ।।


ଫକୀରମୋହନ ଜଗନ୍ନାଥ ଦାସ

ପୁଣି ଭକ୍ତକବି ସାରଳା 

ଭୀମଭୋଇ ସାଥେ ବଳଦେବ ରଥ

ପୁଣି ରହିଛନ୍ତି କୁନ୍ତଳା ।।


ଉତ୍କଳ ଗୌରବ ମଧୁସୂଦନ ସେ

ଓଡ଼ିଆଙ୍କ ମାନ ବଢାନ୍ତି 

ବିଦେଶୀ ଭାଷାକୁ ଅନାନ୍ତିନି ସିଏ

ମାତୃଭାଷାକୁ ସମ୍ମାନ ଦିଅନ୍ତି ।।


ମାତୃଭାଷାରେ ହିଁ ମନପ୍ରାଣ ଦେଇ 

ଗୁରୁତ୍ୱକୁ ଚାଲ ବୁଝିବା 

ବିଦେଶୀକୁ ଦେଖି ଆଡ଼ ନଜରରେ

ଆମ ପିଲାଙ୍କୁ ଓଡ଼ିଆ ଗଢିବା ।।



Rate this content
Log in