ଭଲ ପାଠ ମୁଁହି ପଢିବି
ଭଲ ପାଠ ମୁଁହି ପଢିବି
ଭଲ ପାଠ ମୁଁହି ପଢିବି
ଭଲ ଚାଟ ମୁଁହି ହୋଇବି ।
ଜୀବନ ରେ ଦିନେ ବଡ ମୁଁ ହେବି ।
ଯତନେ ସାଧିବି ନାନାଦି କାମ
କରିବି କୌଶଳର ପ୍ରଦର୍ଶନ ।
ହସି ହସି କଥା କହି ତୋଷିବି
ପ୍ରତି ଜନ ମନେ ପ୍ରୀତି ଭରିବି ।
ଢାଳି ଆପଣାର ଦିବ୍ୟ ସୁରଭି
ଗନ୍ଧେ ମୋହିତ ମୁଁ ଆନେ କରିବି ।
ଆନନ୍ଦ ଉଲ୍ଲାସ ପୁଲକ ଭରେ
ଉଦ୍ଦୀପନା ପୂର୍ଣ୍ଣ ସ୍ପନ୍ଦନ ଧାରେ ।
କରିବି ସଭିଙ୍କୁ ନିତି ହରଷ
ସଭିଙ୍କୁ ସମ୍ମାନ ଦେଇ ସୁଯଶ ।
ଆହରଣ କରି ବଡ ହୋଇବି
ମୋର ଭବିଷ୍ୟତ ନିଜେ ଗଢିବି ।
ନାନା ପ୍ରକାରର ଜ୍ଞାନ ଓ ବିଦ୍ୟା
ଦକ୍ଷତା ହାସଲେ ପ୍ରସିଦ୍ଧ ସଦା ।
ହେବାକୁ କରିବି ନିତି ଉଦ୍ୟମ
ଲଗାଇବି ଲକ୍ଷ୍ୟ ହାସଲେ ମନ ।
ଅଚିରେ ସଫଳ ହେବି ସବୁ ରେ
ସମୟ ଜାପିବି ଆହ୍ଲାଦ ଭରେ ।
