Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subash Parida

Romance Children

3  

Subash Parida

Romance Children

ପ୍ରେମ କବିତା

ପ୍ରେମ କବିତା

1 min
145



କହିବି କହିବି କେତେ ମୁଁ ଭାବୁଛି

   ହେଲେ ପାରୁନାହିଁ କହି,

ଭଲପାଏ ବୋଲି କହିଦେଲେ କାଳେ

   ସପନେ ଆସିବ ନାହିଁ ll

ଦେଖିବି ଦେଖିବି ଦିନେ ଗୋରା ଦେହ

  ଗାଧୁଆ ତୁଠରେ ବୋଲି,

ଡରଲାଗେ କାଳେ ତୁମେ ଦେଖିନେଲେ

  ଲାଜରେ ପଡିବ ନାଲି ll

ଛୁଇଁବି ଛୁଇଁବି ଥରୁଟେ ତୁମକୁ

  ଭାବେ ପାରେ ନାହିଁ ଛୁଇଁ,

କାଳେ ଛୁଇଁଦେଲେ ତୁମ ସଜ ଦେହ

  ଯିବ ବାସି ଫୁଲ ହୋଇ ll

କହିବିନି କେବେ ଦେଖିବିନି କେବେ

  ଛୁଇଁବିନି ତୁମ ଦେହ,

ଅଭିମାନ ଭୁଲି ନିତି ପ୍ରିୟତମା

  ସପନରେ ଆସୁଥାଅ ll



Rate this content
Log in

Similar oriya poem from Romance