Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories

2.8  

DILIP KUMAR SAHOO

Children Stories

ଚଉକି

ଚଉକି

1 min
199


ଚଉକି !

ତା ଉପରେ ବସି 

ମଣିଷ କରେ ସଉକି

କିଏସେ କରିଲା ପ୍ରଥମେ ତିଆରି

ପାରିବକି କେହି କହିକି?

ଚଉକି !

କାଠରେ ହୋଇଲା ପ୍ରଥମେ ତିଆରି

ଦିନକୁଦିନ ତା ବଦଳେ ରୂପ

ଚଉକି ପାଇଁକି ଗୋଡ଼ ଟଣାଟଣି

ଲେଖା ହୁଏ କେତେ ଗପ

କାଠ ଛାଡ଼ି ଏବେ

ଲୁହା, ସିମେଣ୍ଟ ,ଫାଇବର

ଭେକ ତା ହେଲାଣି ପ୍ଲାଷ୍ଟିକ

ଚଉକି !

ଚଉକି ଉପରେ ଧନୀ ବି ବସନ୍ତି

ମାନି ବି ବସନ୍ତି

ବସନ୍ତି ରାଜା ପରଜା

ସମସ୍ତ ଙ୍କୁ ସିଏ ଦେଇଥାଏ ମଜା

କେତେ ସେ ଦୃଗନ୍ଧ ସହିକି

ଚଉକି !

ବୟସ ବଢିଲେ 

ଅଣ୍ଟା ଦରଜ କୁ ଆଣ୍ଠୁବି ଦରଜ 

ବସି ହୁଏନାହିଁ ତଳେ

ଚଉକି ନହେଲେ

ପାରିବନି ଦଣ୍ଡେ ଚଳିକି

ଚଉକି !

ଧନ୍ୟବାଦ ତାଙ୍କୁ ଯିଏ

ପ୍ରଥମେ ଗଢିଲା ଚଉକି

ଛୋଟ ହେଲେ ବି 

ତାପରି ସାଥୀ କେ ହେବକି?



Rate this content
Log in