STORYMIRROR

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ପାଇକ ପୁଅ

ପାଇକ ପୁଅ

1 min
170


ପାଇକ ପୁଅସେ ପାଇକ ପୁଅ

ଆମ ଓଡ଼ିଶାର ପାଇକ ପୁଅ

ଦିନେ ଯୁଝିଥିଲା ଇଂରେଜ ସହିତ

ବୁହାଇ ଦେହରୁ ରକତ ସୁଅ ll

ମନେ ପକାଇବା ପୁରୁଣା କଥା

ଖୋରଧା ଗଡ଼ର ସ୍ମୃତି ର ଗାଥା 

ବକ୍ସି ଜଗବନ୍ଧୁ ପାଇକ ପୁଅସେ

ଲଢ଼ିଥିଲେ ନ ନୁଆଁଇ ମଥା ll

ଅଠରଶ ସତର ମସିହା ସେତ 

ପାଇକ ଙ୍କ ଅସ୍ତ୍ର ହେଲା ଝଙ୍କୃତ

ବକ୍ସି ଜଗବନ୍ଧୁ ସେନାପତି ଥିଲେ

ଖୋରଧା ରାଜାଙ୍କଅଧିନେ ସ୍ଥିତ ll


ଜୟୀ ରାଜଗୁରୁ ସେତ ମହାନ

ଧରିଲା ଇଂରେଜ ଦେଲା କଷଣ

ଫାଶୀ ଦେଲା ନେଇ ଦୂରରେ ତାହାଙ୍କୁ

କାନ୍ଦିଲାଉତ୍କଳ ମାତାର ପ୍ରାଣ ll

କରୁଣାକର ସେ କୁଜଙ୍ଗ ବୀର 

ବନ୍ଦୀ ହୋଇଥିଲେ ବୀର ଆମର 

କନିକାର ବୀର ବାମନ ଦେବସେ 

ଦଣ୍ଡପାଇଥିଲେ ଦ୍ବୀପାନ୍ତର ll

ଆମ ଉତ୍କଳର ପାଇକ ବୀର

ସରି ସମ କେହି ନାହିଁ ତାଙ୍କର

 ପାଇକ ବାହିନୀର ଯୁଦ୍ଧ କୌଶଳ

ଭାଙ୍ଗିଥିଲା ଦର୍ପ ଇଂରେଜ ଙ୍କର ll

ଇଂରେଜ ଡରିଲେ ବୀରତ୍ୱ ଦେଖି

ଧରିବା ପାଇଁକି ରହିଲେ ଟାକି

କେତେ କୌଶଳେ ବନ୍ଦୀକଲେ ତାଙ୍କୁ

ବାରବାଟୀ ଦୁର୍ଗେ ବୁଜିଲେ ଆଖି ll

ହଜିଯାଇଅଛି ପୁରୁଣା ଦିନ 

 ପାଇକ ଆଖଡ଼ା ତା ସ୍ମୃତିର ଚିହ୍ନ

ପାଇକ ନୃତ୍ୟରେ ସ୍ମୃତିକୁ ବଞ୍ଚାଇ

ଝୁରୁଛି ଉତ୍କଳ ମାତା ପରାଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational