Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories Children

3  

DILIP KUMAR SAHOO

Children Stories Children

ମୋ ଓଡ଼ିଶା (ଭାଗ-୧୮)

ମୋ ଓଡ଼ିଶା (ଭାଗ-୧୮)

1 min
173


ମୋ ରାଇଜ ପୂରୁବ ରେ ନୀଳ ସାଗର

ଧୋଇଦିଏ ମାଆ ପାଦ ଢେଉର ହାର ।

ଉତ୍ତରରେ ଝାଡ଼ଖଣ୍ଡ ପଶ୍ଚିମବଙ୍ଗ

ଦକ୍ଷିଣରେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ।

ଶହଶହ ଗାଁ ଆଉ ସହର ନେଇ

ସୁନ୍ଦର ଓଡ଼ିଶା ଆମ ଜନମ ଭୂଇଁ।

ଅଠାବନ ଉପଖଣ୍ଡ ତିରିଶି ଜିଲ୍ଲା

ଅନେକ ରୂପ ରଙ୍ଗ ପରମ୍ପରା ଭଲା ।

ହଜାର ବରଷର ସହର କଟକ

ତା ସ°ସ୍କୃତି ପରମ୍ପରା ଭରେ ପୁଲକ ।

ମହାନଦୀ କାଠଯୋଡି ମଝିରେ ସହର

ବାରବାଟୀ କିଲ୍ଲା କହେ ଇତିହାସ ତାର ।

ପଶ୍ଚିମ ର ରାଜରାଣୀ ସମ୍ବଲପୁର

ସମଲେଶ୍ବରୀ ଙ୍କ ଝରେ କରୁଣା ଝର ।

ତାର ନାଚ ଗୀତ ସତେ କେଡେ ମଧୁର

ହୀରାକୁଦ ନଦୀବନ୍ଧ ଭାରି ସୁନ୍ଦର।

ବଲାଙ୍ଗୀର ଜିଲ୍ଲାର ସେ ହରିଶଙ୍କର

ରାଣୀପୁର ଝରିଆଲ କିମନୋହର।

ବରଗଡ଼ ଧନୁଯାତ୍ରା ଜଗତେ କ୍ଷାତ

ହାତବୁଣା ପାଟ ଶାଢୀ ତାର ବିକ୍ଷାତ ।

ମନ ଜିଣା ବାନ୍ଧ କାମ ସୁଖ ପରସା

ଓଡ଼ିଶା ମାଆ ମୋର ଓଡ଼ିଶା।


Rate this content
Log in