STORYMIRROR

Nibedita Panda

Fantasy Inspirational

4  

Nibedita Panda

Fantasy Inspirational

ମଣିଷ ପଣିଆ ହଜି ଯାଇଛି

ମଣିଷ ପଣିଆ ହଜି ଯାଇଛି

1 min
241


ବ୍ୟକ୍ତିରେ ଦୂରତା ନ ଥିଲେ ନ ଥାଉ

       ମନର ଦୂରତା ବଢି ଯାଇଛି ,

ଜହ୍ନ ରାଇଜରେ ପାଦ ଥାପିଲେ ବି

       ପଡୋଶୀ ଘରଟା ଦୂର ଲାଗୁଛି ।


ଯୋଜନ ଯୋଜନ ଦୂରରେ ଯେ ଅଛି

       ନିତି ଗୋପନୀୟ କଥା ଚାଲିଛି ,

ଏକ ଛାତ ତଳେ ରହି ବି ମଣିଷ

       ତା' ପାଇଁ ସମୟ ନିଅଣ୍ଟ ଅଛି ।


ଗୋପନୀୟ ହେଉ ଗହନ କଥାର

       ଅଭାବପଣ ମୁଁ ଅନୁଭବିଛି ,

ଭଲ ପାଇବାର ମିଛ ବାହାନାରେ

       ଆପଣାରପଣ ଠକି ଚାଲିଛି ।


ବିଶ୍ୱାସ ଏଇଠି ହାରିଛି ଭରସା

      ଭରସା ଦୁଃଖରେ ଗୁମୁରି କାନ୍ଦେ,

ମଣିଷ ନିଜର ଦୋଷକୁ ଘୋଡାଇ

      ଅଯଥାରେ ଖାଲି ଅନ୍ୟକୁ ନିନ୍ଦେ !


ଭଲମନ୍ଦ କା'ର ବୁଝ କି ନ ବୁଝ

      ମୋବାଇଲ ଦେଖା ସାର ହେଉଛି ,

ଅନ୍ୟ କାହା କଥା ମନକୁ ଆସୁନି

      ସ୍ବାର୍ଥପରତାରେ ଦିନ କଟୁଛି ।


ଦିନର ସମୟ ସମାନ ହେଲେ ବି

      ବ୍ୟସ୍ତତା ଆମର ବୃଦ୍ଧି ପାଇଛି ,

ବ୍ୟସ୍ତତା ଆଳରେ ଅନେକ କଥାରେ

      ମାନବିକତାର କ୍ଷୂର୍ଣ୍ଣ ହେଉଛି ।


ମାନସିକତାର ଅଶୁଦ୍ଧିପଣରେ

     ଭାଇଚାରାର ବିନାଶ ଘଟୁଛି ,

ଆଧୁନିକ ହୋଇ ବଞ୍ଚିବା ନାଆଁରେ

     ମାନବିକତା ବି ଲୋପ ପାଇଛି ।




Rate this content
Log in

Similar oriya poem from Fantasy