ଦେଖିଛି ପକ୍ଷୀ ଯାଇଛି ଶିଖି
ଉଡ଼ିପାରିଲେ ଡେଣାଝାଡ଼ି
ହୋଇବନି କେହି ଦୁଃଖୀ
ଲୋଡ଼ା ନାହିଁ ଡେଣା
ଦିଅ ନାହିଁ ଉଲୁଗୁଣା
ମନପକ୍ଷୀ ଯେବେ ଯିବ ଦେଖି
ଚକାଆଖି ସେହି କଳାପକ୍ଷୀ
ସବୁ ଯିବ ଆପେ ଆପେ ଶିଖି
ବୁଜିବା ଆଗରୁ ଦୁଇ ଆଖି
ଏ ସୌନ୍ଦର୍ଯ୍ୟ ଅଳୀକ
କିନ୍ତୁ ନୂଆ ଦିଶେ ସକାଳ ସାକ୍ଷୀ
ଏ ଜୀବନ କ୍ଷଣିକ
ତଥାପି ବଞ୍ଚିବାର ଇଛା ରଖି
ସଜାଡୁଥାଏ ନୀଡ଼ ଚନ୍ଦନ ମାଖି
ଅମୃତ ଲେପି ଥାପି
ଅଗରୁ ଚୁଆ ଚନ୍ଦନ କସ୍ତୁରୀ ଲେଖି
ଆଖି ଯାଉଥାଏ ଲାଖି
ଜୁଇରେ ଶୋଇଯିବା ଆଗରୁ ଥରେ
ଦେଖିନିଅ ଏ ସଂସାରେ
କିଏ କେତେ ଦୁଃଖୀ ଅବା ସୁଖୀ
ସବୁ ଜାଣି ଭୁଲିଯାଏ ମଣିଷ
ଯେଣୁ ନିଜେ ଗୋଟେ ଉଡ଼ାପକ୍ଷୀ
ଭଡା ଖୋଜି ଆସିଥିଲା
କିଛି ଅଭୁଲା ଦିନ ଦେଖି
ଭଲ ମନ୍ଦ ପରଖିବାକୁ ହୋଇ ନିରିମାଖି