ମନେ ପଡେ ମୋର ତୁମ କଥା
ମନେ ପଡେ ମୋର ତୁମ କଥା
ମନେ ପଡେ ମୋର ତୁମ କଥା
ଲୁଚି ଲୁଚି ରାତି ସାରା କଥା ହେବା
ଆଉ ଟିକିଏ ରାଗ ପୁଣି ଅଭିମାନ
ଆଉ ଟିକିଏ କାନ୍ଦ ପୁଣି ଓଠ ରେ ହସ..
ମନେ ପଡେ ମୋର ତୁମ କଥା
ପ୍ରତୀ ମୁହୂର୍ତରେ ନିଜକୁ ତୁମ ପାଖେ
କରୁଥିଲି ଅନୁଭବ
ଲାଗୁଥିଲା ଯେମିତି ତୁମେ ଆଉ ମୁଁ
ଯେମିତି ...
ତୁମେ ଫୁଲ ହେଲେ ମୁଁ ତୁମ ଭଅଁର...
ମନେ ପଡେ ମୋର ତୁମ କଥା
ରାତି ରାତି ବସି ଲେଖୁଥିଲି ପୁଣି
ଚିରି ଦେଉଥିଲି ପ୍ରେମ ଚିଠି
କାରଣ ...
ଲେଖା ଟା ତୁମକୁ ଭଲ ଲାଗିବ କି ନାହିଁ
ପୁଣି ଭାବୁଥିଲି ନାଁ ବହୁତ ସୁନ୍ଦର ହେଇଛି ବୋଲି
କହି ତୁମ ଭାବନା ରେ ଭାସି ଯାଇ
ପୁଣି ଲେଖୁଥିଲେ ତୁମ ପାଇଁ ପ୍ରେମ ଚିଠି...
ମନେ ପଡେ ମୋର ତୁମ କଥା
ସକାଳ ରୁ ସଞ୍ଜ ନଇଁବା ଯାଏଁ
ଭାବୁଥାଏ ସେତେବେଳେ
ନା ସମୟ ର ଅପେକ୍ଷା ରହୁଥିଲା
ନା ଖାଇବା ପିଇବା ରେ
କୌଣସି ପରିସ୍ଥିତିରେ ରୁଚି ରଖୁଥିଲା..
ମନେ ପଡେ ମୋର ତୁମ କଥା
ପଢ଼ିବା କୁ ବସୁଥିଲୀ ହେଲେ
ସେ ବହି ରେ ତୁମ ଛବି ଆଉ
ତୁମ ଚେହେରା ପ୍ରତିଫଳିତ ହେଉଥିଲା..
ମନେ ପଡେ ମୋର ତୁମ କଥା
ଯଦି ଲେଖାଟି ଲେଖିବି ଭାବି
ବସୁଥିଲୀ ...
ସେ ଲେଖା ଟି ମୋର
ପ୍ରେମ ରେ ଭରା କବିତା ପାଲଟି ଯାଉଥିଲା..
ମନେ ପଡେ ମୋର ତୁମ କଥା
ଯଦି ଏକା ରହିଥିଲି ମୋତେ
ମନେ ହେଉଥିଲା ଯେମିତି
ତୁମେ ମୋ ବାହୁ ବନ୍ଧନ ରେ
ବାନ୍ଧି ହୋଇ ରହିଲା ପରି ଲାଗୁଥିଲା...
ମନେ ପଡେ ମୋର ତୁମ କଥା
ପ୍ରତି ଟି ଅନୁଭବ ମୋର କେବଳ
ଯେ ତୁମେ ହିଁ ଥିଲ
ସେ କଥା ଆଜି ବି ଭାବିକି
ମୁଁ ନିଜେ ମୁରୁକି ହସି ଦଉଛି
ଆଉ ପୁଣି ତୁମ କଥା ଭାବି
ଘୋର ସ୍ୱପ୍ନ ରେ ଘୁରି ବୁଲୁଛି..
ମନେ ପଡେ ମୋର ତୁମ କଥା.....
ହଁ ମନେ ପଡେ ମୋର ତୁମ କଥା...।।