STORYMIRROR

Narayan Sethi

Abstract Children Stories Inspirational

4  

Narayan Sethi

Abstract Children Stories Inspirational

ମା ର କୋଳ

ମା ର କୋଳ

1 min
225


ଯେଉଁଠି ନଥାଏ ଦୁଃଖ କି ଯନ୍ତ୍ରଣା

ଥାଏ କେବଳ ପ୍ରେମର ଧାର

ଯେଉଁଠି ନଥାଏ ଛଳ କି କପଟ

ଥାଏ କେବଳ ସ୍ନହ ଆଉ ଆଦର

       ସେଇତ ମୋ ମା ର କୋଳ........!


ଝୁଣ୍ଟି ଗଲେ କି ପଡିଗଲେ

ଆହା ଯେ କରି

ତା ପଣତରେ ଆଉଁସି ଦିଏ

ମା ସିଏ ପରା ଜନ୍ମ ଦେଇ

ତା କୋଳରେ ମୋତେ ଗଢ଼ିଛି ତୋଳି......!


ତା ସ୍ନେହ ଶରଧା ଅମୂଲ ମୂଲ

ତା ସହିତ କିଏ ହେବ ସମତୁଲ

ସିଏ ପରା ପୃଥିବୀ ଆଉ ମାଟି

ତା କୋଳରେ ସେ ସାଇତି ରଖିଛି

ସ୍ନେହ ମମତା ଆଉ ହସକୁ ବାନ୍ଧି.....!


ନା ସେଠି ଅଛି କାହାର ଡର

ନା ସେଠି ଅଛି କାହାର ଅତ୍ୟାଚାର

ସେତ ମମତାମୟୀ ବିଶାଳ ସାଗର

ସେତ ଅନ୍ଧାର ଭିତରେ ଏକ ଆଲୋକ

     ସେଇତ ମୋ ମା ର କୋଳ.........!


ଯିଏ ମନ କଥା ଆପେ ଆପେ ଜାଣିଯାଏ

କହିବା ଆଗରୁ ଇଚ୍ଛା ପୁରା କରିଦିଏ

ସେତ ଭଗବାନଙ୍କ ର ଏକ ବିଶେଷ ରୂପ

ସେତ ମୋର ମନ ମନ୍ଦିର ଆଉ ଠାକୁର

       ସେଇତ ମୋ ମା ର କୋଳ..........!


ଖେଳାବୁଲା ରୁ ବାହୁଡ଼ି ଆସିଲେ

କହେ ଆ ଆ ମୋ ସୁନା ଧନ

ଆଉ ତା ପଣତରେ ମୁଁହ ଟାକୁ ପୋଛିଦେଲେ

ପେଟ ପୁରିଯାଏ ଆଉ ଆନନ୍ଦରେ ଭରିଯାଏ ଏଇ ମନ

           ସେଇତ ମୋ ମା ର କୋଳ.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract