STORYMIRROR

Narayan Sethi

Romance Others

3  

Narayan Sethi

Romance Others

ମୋ ଭାବନାରେ ଯେବେ ତୁମେ

ମୋ ଭାବନାରେ ଯେବେ ତୁମେ

1 min
256


ବର୍ଷା ଯେବେ ଆସେ

ମୋ ମନ ଭିତରେ ଜାଗିଉଠେ

ଅନେକ ଭାବନା ତୁମ ପାଇଁ

ଇଚ୍ଛାହୁଏ ଭିଜିଥାନ୍ତି କି ତୁମ ସାଥେ,

ସେଇ ବର୍ଷା ରେ ଏମିତି ଏକ ମୁହୂର୍ତ୍ତରେ

ମଳୟ ପବନ ଯେବେ ବହେ

ଭାରି ମନ ଟା ଉଲସିତ ହୁଏ

କାରଣ ସେ ପବନ ର ତାଳେ ତାଳେ

ମୋ ମନରେ ପ୍ରେମ ର ସ୍ପର୍ଶ ଅନୁଭବ ହୁଏ ।

ଯେବେ ଶାନ୍ତ ପରିବେଶ ରେ

ମୁଁ ନଈ କୂଳରେ ଅଳପ ଟିକିଏ ବସେ

ମୋ ହୃଦୟକୁ ଅନେକ କଳ୍ପନା ଆସେ

ତୁମ କଥା ଆଉ ତୁମର ଉପସ୍ଥିତି ଅନୁଭବ କରେ

ଯେବେ ମୁଁ ଦେଖେ ଗାଁ ଦାଣ୍ଡରେ

ସନ୍ଧ୍ୟା ସମୟରେ ସଂଜବତୀ

ମୋ ମନଟା ଖୋଜେ ତୁମକୁ

ତୁମେ ଥାଆନ୍ତ କି ମୋ ବଧୁ ହୋଇ

ମୋ ଘର ଦୁଆରେ ତୁଳସୀ ଆଗରେ

ହାତରେ କଳସି ଆଉ ମଥାରେ ଓଢଣୀ ଦେଇ

ଆଉ ଯେବେ ମୁଁ ମୋ ଏରୁଣ୍ଡି ଦେଖେ

ପୁରୁଣା ହେଇଯାଇଥିବା ଚିତା ସବୁ

ମୋତେ ମନେ ପକେଇଦେଉଛି ଯେ

ତୁମେ ଯେତେ ଶୀଘ୍ର ଆସିବ

ମୋ ଦୁଆର ରୁ ଚିତା ସଜେଇ ହୋଇ

ମୋ ଏରୁଣ୍ଡି ଆଉ ଦୁଆର ଅଗଣା

ଭାରି ଖୁସି ହୋଇ ସମସ୍ତଙ୍କୁ ସ୍ୱାଗତ ଜଣାଇବ ।


Rate this content
Log in

Similar oriya poem from Romance