STORYMIRROR

Narayan Sethi

Abstract Romance Inspirational

3  

Narayan Sethi

Abstract Romance Inspirational

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
193



କହିବାକୁ ଚାହିଁ ବି କହି ପାରୁନି

ହେଲେ ଲୁଚି ଲୁଚି ଭାରି ଭଲ ପାଉଛି

ଚିଠି ଲେଖୁଛି ମୋ ପ୍ରେମ କୁ

ଶବ୍ଦ ଖୋଜୁଛି ମୁଁ ନୀରବରେ ବସି...।


ଲେଖୁଛି କିଛି ପୁଣି ଭାବୁଛି ବେସି

କାଗଜକୁ ଚିରି ଦେଉଛି

ଯେବେ ମୋ ମନକୁ

ସେ ଶବ୍ଦ ଗୁଡିକ ଆସି

ପୁଣି ମନ ଭିତରୁ ଫେରିଯାଉଛି...।


କହିବି ଭାବୁଛି ଏଥର

ସେ ଯେବେ ମୋ ସାମ୍ନା କୁ ଆସିବ

ଆଉ ସେ ମୋ ସାମ୍ନା କୁ ଆସିଲେ

ମୁଁ ମୋ ନିଜକୁ ବି ଭୁଲି ଯାଉଛି....।


ତା ଆଖି କିଛି କହୁଛି

ଆଉ ତା ମୁଁହ କୁ ଦେଖିଲା ପରେ

କହିବା ତ ଦୂରର କଥା

ମୁଁ ତା ସାମ୍ନା ରେ

ଆଉ ଏକ ରାଇଜର

କଳ୍ପନା ରେ ଘୁରିବୁଲୁଛି.....।


ଓଠ ତାର କହୁଛି କିଛି

ହସ ତା ମୋତେ ପାଗଳ କରୁ

ଛି

ଭାବୁଛି ଆଜି ମୋ ପ୍ରେମକୁ

ହୃଦୟ କୁ ଖୋଲି କହିଦେବି

ତଥାପି ପାରିଲିନି ତା ସାମ୍ନାରେ

ଚୁପ ରହି ବାସ ଭାବୁଥିଲି କିଛି ....।


କିନ୍ତୁ ଏଥର ମୋ ପ୍ରିୟା ମୋତେ ବୁଝିଛି

ଆଉ ସେ ନିଜେ ଆଜି ମୋତେ

ତା ହୃଦୟରେ ରଖିଛି ବୋଲି

କହି କହି ଖୁସିରେ

ମୋତେ କୁଣ୍ଢେଇ ଧରିକି

ବହୁତ ବହୁତ କାନ୍ଦିଛି ଆଜି

କାରଣ ପ୍ରେମ ପରା ପବିତ୍ର

ଆଜି ନହେଲେ କାଲି ତ

ସେ ମୋ ପ୍ରେମକୁ ବୁଝିବ ବୋଲି

ମୁଁ ଜାଣିଥିଲି .....।


କାରଣ ମୋ ପ୍ରେମ କୁ

ତ୍ୟାଗ ଓ ବିଶ୍ୱାସ ର ଏକ

ପବିତ୍ର ଡୋରୀରେ ବାନ୍ଧିଛି

ମୁଁ କି ମୋ ପ୍ରେମ ସମ୍ପର୍କ

ଅନେକ ରୁ ଭିନ୍ନ ଓ ବିଶେଷ କିଛି

ମୁଁ ଭଲପାଏ ମୋ ହୃଦୟକୁ

କହିବା ଆଗରୁ ବୁଝିଯାଇଛି ସେ ଆଜି....।



Rate this content
Log in

Similar oriya poem from Abstract