STORYMIRROR

Narayan Sethi

Romance Tragedy Others

4  

Narayan Sethi

Romance Tragedy Others

ତୁମେ ଏକା ମୋର ମୁଁ ତୁମର ବୋଲି

ତୁମେ ଏକା ମୋର ମୁଁ ତୁମର ବୋଲି

1 min
166


କହିବା ଆଗରୁ କିଛି ଘଟିଗଲା

ନା ମୁଁ ବୁଝି ପାରିଲି

ନା ତମେ.....ହେଲେ

ତୁମେ ସବୁ ଦୋଷ ଲଦିଦେଇ

ଏକା ବୁଝିନେଲ

ମୁଁ ତୁମର କେହି ନୁହେଁ ବୋଲି..!


କିନ୍ତୁ ....?

କଥା କିଛି ଅଲଗା ଘଟିଥିଲା

ତମେ କେବେ ପ୍ରଶ୍ନ କରିନ

କି କେବେ ମୋତେ ବିଝିବାକୁ

ଭାବିକି ଚେଷ୍ଟା ବି କରିନ ....!


କିଛି କହିବା ଆଗରୁ

ମୋ ମୁହଁକୁ ନ ଚାହିଁ

ଚାଲିଗଲ ତୁମେ

ତୁମ ବାଟରେ......

କେତେ ଚେଷ୍ଟା କଲି

ଅଟକେଇବା ପାଇଁ

ହେଲେ......?

ତୁମେ ତ ବୁଝି ନେଇଥିଲ

ମୋତେ ?

ମୁଁ ତୁମ ବାଟର କଣ୍ଟା ବୋଲି...!!


ତଥାପି ବହୁତ ଅପେକ୍ଷା କଲି

ଦୀନ ଦିନ ପରେ

ସାରା ରାତି ବି ....?

ଖୁବ ନିରବ ବସି ଭାବିଲି

ତଥାପି ....?

ତୁମ ପାଦ ମୋ ଆଡ଼କୁ

ଜମାରୁ ଫେରିଲା ନାହିଁ....!


ଭୁଲ ତ ନଥିଲା ମୋର

କୌଣସି ସମୟରେ

ତୁମ ମୋ ପ୍ରେମ ଭିତରେ

ହେଲେ ...?

ଭୁଲ ରହିଲା କୋଉଠି..!

ତୁମେ ଚାଲିଗଲ

ମୋ ଠାରୁ ବହୁ ଦୁରେ....!


ତଥାପି....

ଅପେକ୍ଷା କରିଛି ଆଜି ବି

ତୁମ ଫେରିବା ବାଟକୁ ଚାହିଁକି

ଆସିବ ବୋଲି ବିଶ୍ବାସ ରଖିଛି

କାରଣ

ତୁମେ ମୋ ପ୍ରଥମ

ଆଉ ମୋର ଶେଷ ପ୍ରେମ

ତୁମେ ଏକା ମୋର

ଆଉ ମୁଁ ତୁମର ବୋଲି....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance