STORYMIRROR

Narayan Sethi

Romance

3  

Narayan Sethi

Romance

ଅଭିମାନ କରନି ସାଥି ମୋର

ଅଭିମାନ କରନି ସାଥି ମୋର

1 min
276

ମନ ଖୋଜୁଥିଲା ଯେମିତି ସମୟ

ପାଇଗଲି ଏବେ ତୁମଠୁ ଉତ୍ତର

କିଆଁ ରାଗ ଅଭିମାନ କରୁଛ ଗୋ ପ୍ରିୟା

ବୁଝିଗଲି ତୁମ ମନ ଭିତର ସବୁ ପ୍ରଶ୍ନ

ରାଗନି ରାଗନି ଆଉ ଜମା

ଆଉ ଅଭିମାନ କରନି ଅନ୍ୟ ଉପରେ

ତୁମ ମନ କୁ ବୁଝିବା ଲୋକ ମୁଁ

କିଆଁ ଗରାଜୁଚ ଅନ୍ୟ ମାନଙ୍କ ଉପରେ

ଶାନ୍ତ କର ମନ ଦିଅ ନିଜକୁ ବୁଝାଇ

ଅସନ୍ତୋଷ ପ୍ରକାଶ କରନି

ତୁମ ପ୍ରେମିକ ତୁମ ଛଡା ଅନ୍ୟ ସୁନ୍ଦରୀକୁ

ଆଡ଼ ଆଖିରେ ଜମାରୁ ଚାହିଁନି

ମୋ ପରିକଳ୍ପନାର ବିଭିନ୍ନ ସ୍ଥାନରେ

କେବଳ ତୁମର ପ୍ରତି ଛବି

ବୁଝିପାରିବ ତୁମେ ସେ ଦିନ

ଯୋଉ ଦିନ ଆସିବ ମିଳନର ଠିକ ତିଥି

ଆଉ କିଛି ସମୟ ଏବେ ବାକି

ମନକୁ ଅସନ୍ତୋଷ ନ କରି

ବୁଝିବାକୁ ଚେଷ୍ଟା ଥରେ କର

ତୁମେ ଗୋ ମୋ ପ୍ରିୟା ଅଭିମାନି

ରାଗ ମୋ ଉପରେ ପୁଣି ଅଭିମାନ

ତୁମର ପରା ମୋ ଉପରେ ଅଧିକାର

ସାତ ଜନ୍ମକୁ ସାକ୍ଷୀ ରଖି

କରିବି ତୁମକୁ ମୋ ଜୀବନ ସାଥି

ତୁମେ ମୋ ବର୍ତ୍ତମାନ ଆଉ ସାଥି ସାତ ଜନମର



Rate this content
Log in

Similar oriya poem from Romance