ରାଗ ନୁହେଁ ବିକଳ୍ପ ଜୀବନର
ରାଗ ନୁହେଁ ବିକଳ୍ପ ଜୀବନର
ମନଟା କାହିଁକି ସ୍ଥିର ନାହିଁ
କଣ ସବୁ ବିଭିନ୍ନ ପ୍ରଶ୍ନ ଆସୁଛି
କେମିତି ସମ୍ପର୍କ ଏଇ
କେବେକେବେ ରାଗ ରୁଷା
ପୁଣି କେବେକେବେ
ଭାରି ଭାରି ମିଠା ମିଠା କଥା
ରାଗିଲେ ସମୟରେ ସାଥ ଦେବକୁ
ଜମାରୁ ଇଚ୍ଛା ହେଉନି
କାରଣ ମୁଁ ତ ରାଗୁଛି କେବଳ
ମୋ ନିଜର ନିଜ ସମ୍ପର୍କରେ ଥାଇ
ମଣିଷର ପ୍ରକୃତ ସ୍ୱଭାବ
ରାଗେନି ସେ ଅନ୍ୟ
ଅଜଣା ଲୋକଙ୍କ ଉପରେ
ରାଗେ ବାସ ନିଜ ରକ୍ତ
କିମ୍ବା ଖାସ ନିଜର ଲୋକ ଉପରେ
ରାଗ ଆଉ ଅଭିମାନ ଆସେନି
କେଉଁ ଅନ୍ୟ ଏକ ରାଇଜରୁ
ସେତ ଏମିତି ସୃଷ୍ଟି ହୁଏ
ଯେଉଁଠି ଦେଖେ ଏତ ନିଜର
ମୁଁ
ରାଗିଲେ ବି ମୋର
ମୁଁ ଋଷିଲେ କି ଅଭିମାନ କଲେ ବି
ତଥାପି ସେ କେବଳ ମୋର
ହଁ ରାଗ ଭଲ ସମ୍ପର୍କକୁ
ଖଣ୍ଡ ଖଣ୍ଡ କରି ନଷ୍ଟ କରିଦିଏ
ଅନେକ ସମୟରେ ଗଢିଥିବା
ସ୍ୱଚ୍ଛ ଆଉ ନିବିଡ ସମ୍ପର୍କକୁ
ସବୁ ଦିନ ପାଇଁ ମାଟିରେ ମିଶେଇ ଦିଏ
ରାଗ ଓ ଅଭିମାନ
ସେ ଦୁହେଁ ଆମ ଦେହର
ଆଉ ଆମ ମନ ରୁ ଜାତ
ଆମେ ଚାହିଁଲେ ବଦଳାଇ ପରିବା
ଭାଙ୍ଗି ଯାଇଥିବା ସମ୍ପର୍କକୁ
ଆଉ ଥରେ ପୂର୍ବ ପରି
ନୂଆଁ ପରିବର୍ତ୍ତନ ଆଣିପାରିବା
ରାଗ ଅଭିମାନ ନୁହଁଇ
ଏକ ବିକଳ୍ପ ଆମ ଜୀବନର
ବାସ ପ୍ରେମ ଆଉ ସ୍ନେହ ଶ୍ରଦ୍ଧା
ସବୁ ଦିନ ପାଇଁ ବାନ୍ଦୀ ରଖେ ଏ ସମ୍ପର୍କ