ମନାସୁଛି ଶୁଭ
ମନାସୁଛି ଶୁଭ
କଥା ଦେଇଥିଲ ପ୍ରିୟା ହେବାକୁ ନିଜର,
ଦୂରେ ଚାଲିଗଲ ମୋତେ କରିଦେଇ ପର ।
ମନେପଡ଼େ ତୁମର ଗୋ ଯେତେ ଠାଣି ବାଣୀ,
ମାନ ଅଭିମାନ ଆଉ ତେରେଚ୍ଛି ଚାହାଁଣି ।
କହିଥିଲ ସାତଜନ୍ମ ଯାଏ ସାଥୀ ଆମେ,
ଭୁଲିବନି ଆଉ କାହା ପ୍ରେମେ ପଡ଼ି ତୁମେ ।
କଥା ଦେଇଥିଲି ହେବି ଚିର ସହଚର,
ତୁମେ ଚାଲିଗଲ କିନ୍ତୁ କରି ହତାଦର ।
ଆଉ କାହା ବଧୂ ସାଜି ସିନ୍ଦୁର ନାଇଲ,
ବିରହ ଜୁଇରେ ମୋତେ ଜାଳିଦେଇ ଗଲ ।
ତୁମକୁ ମୁଁ ଝୁରିହୁଏ ଭୁଲି ଭୋକ ଶୋଷ,
ମୋତେ ପାସୋରିକି ସତେ କେମିତିକା ହସ ।
ତଥାପି ତୁମର ଏଠି ଶୁଭ ମନାସୁଛି,
ସୁଖରେ ସଂସାର ଗଢ଼, ମରି ମୁଁ ବଞ୍ଚିଛି ।