ମନ
ମନ
ଆରେ ଅବୁଝା ଏ ମନ
ଝୁରିବୁ ତୁ ଆଉ କେତେ ଦିନ।
ଯାହା ବାଟ ଚାହିଁଛୁ
ଦିବାରାତି ତାକୁ ଝୁରୁଛୁ।
ସରିଯିବ ସିନା ଏ ଶ୍ରାବଣ
ଫେରିବନି ଆଉ ସେ ଫଗୁଣ।
ଖୁସି ଯେତେ ଜୀବନର
ଲୁଚିଗଲା ଅମାବାସ୍ୟା ରାତିର।
ରାତିର ନିରବତାରେ
ଅମାନିଆ ଲୁହ ନୀତି ଝରେ।
ଏ କେମିତି ଅଭିମାନ
ପାରୁନି ଭରି ଶୂନ୍ୟସ୍ଥାନ।
ସ୍ପନ୍ଦନ ବିହୀନ ଏ ଜୀବନ
ଅଧୁରା ଲାଗେ ସବୁଦିନ।
ଗୁମ୍ ସୁମ୍ ମନ ମୋର
ଅନେଇଛି ଫେରିବା ବାଟ ତୋର।
ନିରବତାକୁ ଚିରି ତୁ ଆସିଯା
ଅନ୍ଧକାର ଜୀବନେ ଟିକେ ଆଲୋକର ସ୍ପର୍ଶ ଦେଇଯା।