STORYMIRROR

Shashanka sekhar Ray

Fantasy Others

3  

Shashanka sekhar Ray

Fantasy Others

ମନ

ମନ

1 min
9.4K



ଶଶାଙ୍କ ଶେଖର ରାୟ


ଫୁଲଠୁ କୋମଳ

ବିଜୁଳି ଠାରୁ ଚପଳ

ସଦା ଚଳଚଞ୍ଚଳ

ପଦ୍ମପତ୍ରେ ଜଳ ପରି ଢଳଢଳ

ଜୀବନକୁ କର ବର୍ଣ୍ଣିଳ

ଗଢି ଆଶାର ସବୁଜ ସକାଳ

ହସଲୁହରେ ଛଳଛଳ

ଛୁଇଁଯାଅ ଜୀବନର ଦୁଇକୂଳ ।

ରୂପ ଅଟେ ଛବିଳ

କଳିହୁଏନା ତାର ମୂଲ

ହୃଦକନ୍ଦରେ ସକଳ

ବିରାଜିତ ସବୁକାଳ

ଝରଣା ପରି କଳକଳ

ସମୟର ସାଥେ ଦେଇ ତାଳ

ନୂଆନୂଆ ଭାବନାର ପିନ୍ଧି ମାଳ

ନିରବେ ଏକାଏକା ଚାଲ ।

ଖୋଜୁଥାଅ ସପନେ ମିଠାଫଳ

ପାଇବା ହଜେଇବାରେ ସଦା ପାଗଳ

ବଞ୍ଚିବା ପାଇଁ ଯୋଗାଅ ବଳ

ତୁମ ବିନା ଜଗତ ପରା ଅଚଳ

ସବୁ ତିର୍ଥଧାମ ତୁମେ ହିଁ କେବଳ

ସଂସାର ମାୟାରେ ଖେଳ ଯେ କେତେ ଖେଳ

ଚିହ୍ନିବାରେ ତୁମକୁ ହୁଏ ମୁଁ ବିଫଳ

କେବେ ତୁମେ ଅମୃତ ନହେଲେ ଗରଳ ।


ମୋ- ୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in

Similar oriya poem from Fantasy