ମନ ପ୍ରଜାପତି
ମନ ପ୍ରଜାପତି
ମନ ପ୍ରଜାପତି ଉଡ଼ିବୁଲେ ମୋର
ଫୁଲରୁ ଫୁଲକୁ ନିତି
ଅବୁଝା ମନକୁ ବୁଝାଇବା ପାଇଁ
ତାର ବୋଧେ ପ୍ରତିଶୃତି ।
ଫୁଲରୁ ଫୁଲକୁ ନିତି ଚୁମ୍ବି ଚୁମ୍ବି
ସାଉଁଟୁ ଥାଏ ସେ ପ୍ରିତୀ
ପ୍ରିତୀ ପରଶରେ ଟାଣି ହୋଇ ଯାଏ
ଫୁଳ ପାଖକୁ ସେ ନିତି ।
ମୁକ୍ତ ଆକାଶର ମନ ପତଙ୍ଗ ମୁଁ
ନାମ ମୋର ପ୍ରଜାପତି
ପବନ ବେଗଠୁ କ୍ଷିପ୍ର ଗତି ମୋର
ଉଡିବୁଲେ ନିତି ନିତି ।
ଫୁଲ ବଗିଚାର ବାସନା ମୋ ମନେ
ଜାଗ୍ରତ କରାଏ ପ୍ରେମ
ପ୍ରେମ ରସେ ବାନ୍ଧି ଫୁଲ ଶୋଷିବାରେ
ଏହା ମୋର ନିତି କାମ ।
ପ୍ରକୃତି ପ୍ରେମୀ ମୁଁ ମନ ଉପବନେ
ଉଡେ ମନ ପ୍ରଜାପତି
ଫୁଲରୁ ଫୁଲକୁ ଡେଇଁବା ଧରମ
ଏହା ମୋର ଅନୁଭୂତି ।