ଜହ୍ନ
ଜହ୍ନ
ତୁମ ମନାକାଶେ ଉଇଁଛି ଗୋ ପ୍ରିୟା
ପୂର୍ଣ୍ଣ ଜହ୍ନ ଟିଏ ହୋଇ
ସପନ ନୁହେଁ ମୁଁ ସ୍ପର୍ଶ କରି ଦେଖ
ଭାସୁଛି ଚାନ୍ଦିନୀ ନେଇ ।
ରୁପେଲି ଜୋଛନା ଅଳସୀ ରାତିରେ
ଶୀତଳ ଚନ୍ଦନ ଘୋରି
ପଙ୍କଜ ପାଦକୁ ଚାହିଁ ବସିଛି ଗୋ
ଆଶା ମନ ଜାତ କରି ।
କଳଙ୍କିତ ଚିହ୍ନେ ଦୃଶ୍ୟ ମୋର ଶିରୀ
କଳୁଷ କାଳିମା ନୁହେଁ
ତୁମେ ସର ରାଣୀ ଇନ୍ଦୁ ପ୍ରାଣ ବନ୍ଧୁ
ନିବିଡ଼ ନିଶିଥେ ଚାହେଁ ।
ପ୍ରେମ ପ୍ରଣୟର ଭାଷା ଶେଷ ହୁଏ
ଆମରି ପ୍ରୀତିକୁ ଲେଖି
ରଜନୀ ଆକାଶେ ମୋ ଛବି ଭାସିଲେ
ତୁମ ହେଉ ଥାଅ ସୁଖି ।
ଚିର କାଳ ଥିବ ମୋ ଆଖିରେ ତୁମେ
ପ୍ରୀତି ସରାଗର ଫୁଲ
କେହି ନବୁଝିଲେ ନବୁଝନ୍ତୁ ଆମ
ପ୍ରେମ ପାରିଜାତ ମୂଲ ।
ତିଥି ବଦଳାଏ ରୂପ ବଦଳାଏ
ବଦଳି ନାହିଁ ମୋ ମନ
ଯେତେ ଦୂରେ ଥାଉ କନ୍ଦୁକ ଦେହଟା
ମୁହିଁ ତୁମ ରାଜା ଜହ୍ନ ।

