ଝୁଲଣ ଓ ଅବିର
ଝୁଲଣ ଓ ଅବିର
ପୂର୍ଣ୍ଣିମାର ଜହ୍ନ ରୂପେଲି କିରଣ
ହୃଦୟକୁ ଯାଏ ଛୁଇଁ,
କୁମୁଦ ଫୁଟଇ ନୀଳ ରଙ୍ଗ ନେଇ
ନୀଳକୃଷ୍ଣ ରୂପକୁ ଚାହିଁ I
ଫଗୁଣ ଅବିର ସପ୍ତରଙ୍ଗ ନେଇ
ଆସିଛି ଝୁଲଣ ଯାତ,
ଅବିର ରଙ୍ଗ ଛୁଅଇଁ ସଭିଙ୍କୁ
ଫଗୁଣ ଫଗୁ ରଙ୍ଗ ସପ୍ତ I
ଆମ୍ର ବଉଳ ସୁଗନ୍ଧର ଡାଳେ
ଛୁଟଇ ମଳୟ ବାସ,
ଦିଗ ଚହଟାଇ କୋକିଳ ଗୁଞ୍ଜନ
ଗାଏ ଫଗୁଣ ସଙ୍ଗୀତ ଛୁଟି ହସ।
କଦମ୍ବ ବନର ସ୍ବର୍ଗୀୟ ସୁଷମା
ରାଧାକୃଷ୍ଣ କୁଞ୍ଜବନ,
ଗୋପ ଗୋପାଳୁଣୀ ଝୁଲଣ ଅବିର
କି ଅବା କରିବି ଦିବ୍ୟଦୃଶ୍ୟ ବର୍ଣ୍ଣନ I
ସୁନ୍ଦର କୋମଳ କୁହୁ କୁହୁ ତାନ
ଆହା ଲାଗଇ କେଡେ ମଧୁର,
ରଙ୍ଗିଲା ଜାଇଫୁଲ ଧରଣୀ ଗଭାକୁ
ତାହା ଦିଶଇ କେଡ଼େ ସୁନ୍ଦର I
ବିହଙ୍ଗମ ଦଳ ନିକୁଞ୍ଜେ ଗୁଂଜରଣ
ଲାଗେ ମଧୁଜିଣା ବୀଣା ସଂଗୀତ,
ପ୍ରଭାତ ଆଗତେ କୁମ୍ଭାଟୁଆ ରଡି
ସତେ ଅବା ଚର୍ତୁଃବେଦ ପାଠ l
ନବବଧୂ ଆସେ ନଈ ତୁଠୁ ଫେରି
ହଳଦୀ ରଙ୍ଗେ ପିନ୍ଧି ଓଦା ବସନ,
କୁଂଙ୍କୁମ ଅଳତା ପାଦରେ ରଙ୍ଗୀନ ଫଗୁଣ
ପାଉଁଜିର ସୁରେ ଆହା କି ଶୋଭାବନ l