STORYMIRROR

Harekrushna Deb Sahoo

Tragedy

4  

Harekrushna Deb Sahoo

Tragedy

ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ

1 min
239


ବୀରନାୟକ ଜନ୍ମ ସମ୍ବଲପୁରର

ଖିଣ୍ଡା ଗ୍ରାମ ଚୌହାନ ରାଜବଂଶୀ 

ଇଂରେଜ ବିରୋଧୀ ସଂଗ୍ରାମୀ ନେତା 

ସୁରେନ୍ଦ୍ର ସାଏ ଜଣେ ରାଜ୍ୟବାସୀ ।


ଜୟ ହେ ବୀର ରଣଧିର

ଜୟ ହେ ସୁରେନ୍ଦ୍ର ସାଏ

ଲେଖେ ଏକପଦୀ କ୍ଷୁଦ୍ର କବିତା 

ଝରେ ଅମୃତ ତବ ନାମେ । ।


ଅଶ୍ଵ ପୃଷ୍ଠେ ବିରାଜିତ ଯୋଦ୍ଧା 

ପଶ୍ଚିମ ଓଡିଶା ଅଞ୍ଚଳ ଶ୍ରେଷ୍ଠ ବୀର

ଜିତି ଜନତାର ଗଳାର ଅମୂଲ୍ୟ ହାର 

ଇଂରେଜ ବିରୋଧେ ମାରିଲ ତୀର ।


ଜୟ ହେ ଯୋଦ୍ଧା ବୀରବର... 

ଜୟ ହେ ସୁରେନ୍ଦ୍ର ସାଏ... 

ରଚେ କବିତା ସଙ୍ଗୀତମୟ

ପ୍ରାଣ ଅମର ତବ ନାମେ।।


କ୍ଷତ୍ରିୟ ବୀର ହସ୍ତେ କରବାଳ 

ରଣାଙ୍ଗନେ ସଂଗ୍ରାମୀ ବିରାଜିତ

ପୂର୍ବ ପଶ୍ଚିମ ପ୍ରକମ୍ପିତ ହୁଏ 

ଇଂରେଜ ସେନା ହେଲେ ହତ ।


ଜୟ ହେ ମହାରାଜା ପ୍ରବର

ଜୟ ହେ ସୁରେନ୍ଦ୍ର ସାଏ

ବନ୍ଦେ ଉତ୍କଳ ବେଦମୟ

ଜୟଗାନ ବୀର ତବ ନାମେ।।



Rate this content
Log in

Similar oriya poem from Tragedy