ପ୍ରେମ ସମ୍ପର୍କ
ପ୍ରେମ ସମ୍ପର୍କ
ଏଠି ପ୍ରେମିକ କିଏ କହ?
ପ୍ରେମ ଯଦି ମହକ
ପ୍ରେମିକା ହୁଏ ଫୁଲ।
ମଧୁମକ୍ଷୀ, ପ୍ରଜାପତି ଓ ଭଅଁର
ଏମାନେ ସବୁ ସଙ୍ଗୀ
ଫୁଲର ରଙ୍ଗରେ
ଫୁଲର ଢଙ୍ଗରେ
ଖେଳ ପ୍ରେମର ଲୁଚକାଳି।
ଏମାନେ ସବୁ କିଏ କହ?
ଯଦି ନୁହେଁ ପକ୍ଷୀ
ଉଡନ୍ତି ଡେଣା ମେଲାଇ
ଚୁମ୍ବନ୍ତି ଫୁଲର ଅନ୍ତର।
ଫୁଲରାଣୀ ପ୍ରମିକା
ପ୍ରେମିକ ରାଜକୁମାର
ଫୁଲ ବଗିଚାରେ
ଫୁଟେ ଫୁଲ ଗୋଲାପ,
ମଲ୍ଲୀ,ମାଳତୀ,ହେନା
କେତେ ଯେ ବହୁଳ।
କୃଷ୍ଣ କିଏ କହ?
ପ୍ରେମ ଯଦି ମଧୁବନ
କଦମ୍ବ ଫୁଲ ଉଦ୍ୟାନ
ଶ୍ରୀରାଧା ପ୍ରେମିକା
ପ୍ରେମ କୁଞ
୍ଜବନ।
ରାଜକୁମାର, ପ୍ରେମିକ ନା ଭଗବାନ
ରାସଲୀଳା,ବସ୍ତ୍ରହରଣ, ଗୋପାଙ୍ଗନା
ଦହି ହାଣ୍ଡି, ଲବଣୀ ଓ ସର
ସ୍ବାଦ ଅମୃତ ପ୍ରେମ
ବେଣୁ,ଗାବ ଓ ଗୋପାଳ
ସ୍ବର ମଧୁର ପ୍ରେମ
ବନ୍ଧୁ ଅନ୍ତରଙ୍ଗ ପ୍ରେମ ।
ପ୍ରେମ ପ୍ରେମିକ ପ୍ରେମିକା ବିନା
ଯଶୋଦା ପ୍ରେମ
ମାତୃପ୍ରେମ ଓ ଦେଶପ୍ରେମ।
ଆସ ପ୍ରେମ ଖୋଜିବା
ପ୍ରେମିକ ହୋଇ ପ୍ରେମିକା ଅନ୍ତରେ
ପ୍ରେମିକା ହୋଇ ପ୍ରେମିକ ହୃଦୟେ
ଯଦି ନ ମିଳେ ଉଣା ଅଧିକେ
ଆସ ଖୋଜିବା ମାତୃଭୂମି, ମାତୃଭାଷା
ଆମ ଓଡ଼ିଶାର ଓଡିଶୀ ନୃତ୍ୟ
ସାତସୁରେ ସଙ୍ଗୀତ ବୀଣା ଝଙ୍କାରେ
ବସନ୍ତ ମଳୟ ନିର୍ଜନ ପ୍ରହରେ।