ପଙ୍କଜିନୀ
ପଙ୍କଜିନୀ
ନାରୀ ସୃଷ୍ଟିର ରହସ୍ୟ
ଗର୍ଭ ଗହନ ଗଭିର
ଧାରଣ ଧରିତ୍ରୀ ସମ
ହୃଦୟେ ମକରନ୍ଦ
ବିନ୍ଦୁ ବିନ୍ଦୁ ସିନ୍ଧୁ ନୟନ ବାରି
ଝରା ଶିଶୀର ମୁକ୍ତା କାକର ବିନ୍ଦୁ।
ସେ ମା' ଓ ମମତ୍ବ
ମୃଣ୍ମୟ ମୂର୍ତ୍ତୀ ଘଟେ
ପୂଜା ଦଶହରା କିର୍ତ୍ତୀ।
ବିନାଶ ରାକ୍ଷସ ପ୍ରକୃତି।
ସତୀ ଓ ସାବିତ୍ରୀ
ପତିବ୍ରତା ଦେବୀ ମାତୃଶକ୍ତି
ପ୍ରକଟ ଯମ ମୃତ୍ୟୁ ଫାସ ଘେନି
ସତ୍ୟବାନ ପ୍ରାଣ ହୁଏ
ସେ ନାରୀ ପାଇଁ
ଜୀବନ୍ତ ଯୌବନ ସୁଧାଘେନି।
ସତୀ ନାରୀ ପାଇଁ ପ୍ରାଣ
ସଂଜୀବନି ମୃତ୍ୟୁଞ୍ଜୟ
ସାବିତ୍ରୀ ବ୍ରତ କଥା
ଦୁଇପଦ ଶୁଣି ସଂସାର
ଧନ୍ୟ ଧନ୍ୟ କହେ
ହେ ନାରୀ ତୁମେ -
ବିଶ୍ଵ ଜନନୀ,ବିଶ୍ୱ ଭଗିନୀ,
ବିଶ୍ବ ବନ୍ଦନୀୟା ମୁକ୍ତି ଦାୟିନୀ।
ମାତା ସୀତା ବନବାସୀ
ସର୍ବଂସହା ପତି ଗାମିନୀ
ଲବକୁଶ ବୀର ପ୍ରସବିନୀ
ଜନନୀ ଜନନୀ ଜନନୀ
ବନ୍ଦେ ରାମାୟଣ ଗାଥା
ତ୍ରେତୟା ଯୁଗ ନାରୀ
ମହାସତୀ ସୀତା ମାତା
ଶ୍ରୀରାମ ଚରଣେ ସମର୍ପିତା
ଦେବୀ ବିଶ୍ବ ଜନନୀ
ଅକ୍ଷୋଧ୍ୟା ପାଟରାଣୀ ।
ଦ୍ବାପର ଯୁଗର ନାରୀ
ଶ୍ରୀକୃଷ୍ଣ ଜନନୀ ଦେବକୀ ଯଶୋଦା
ରାଧା ଓ ଋକ୍ମିଣୀ ପୁଣି ସତ୍ୟଭାମା
ସତୀ ସର୍ବେ ପତୀ ହୃଦୟବଲ୍ଲଭୀ।
ସତୀ ଦ୍ରୌପଦୀ ପାଣ୍ଡବ ଘରଣୀ
କୋଟି ବସ୍ତ୍ର ଭୂଷିତା ଲଜ୍ଜା ନିବାରଣ
ବୀର୍ଯ୍ୟହିନ ଦୁଃଶାସନ ରକ୍ତେ ବେଣୀବନ୍ଧନ।
କଳିଯୁଗେ ନାରୀ
ଲଜ୍ଜା ସଙ୍କୋଚ ହିନ
କଳ୍ପ ବସ୍ତ୍ର ଅଙ୍ଗେ
ସତେକି ପୃଥିବୀ ଶ୍ରୀହିନ ।
ବହୁପୁରୁଷ ସଙ୍ଗୀ ନଗ୍ନ ବୈଶାଖ ଭଙ୍ଗୀ
ପାଦରେ ଘୁଙ୍ଗୁର ବାଜେ
ସ୍ବର ଶୃଙ୍ଗାର ସାଜେ
ରସ ରଜତ ମଣି
ପ୍ରେମ ବହୁଗୁଣିତ ଖଣି
ପତି ଛାଡି ପର ପୗରୁଷେ ରସେ
ପ୍ରହରେ ପତି ସଙ୍ଗେ ରୁସେ
ସଙ୍ଗୀ ସଙ୍ଗାତ ପ୍ରେମରଙ୍ଗେ ମଜ୍ଜେ
ଦେହ ଜୀବିକା ଯୁବା ପ୍ରୀତିପଦ୍ମ
ଯୌବନ ପଙ୍କ ସାଗରେ
ପଙ୍କଜିନୀ ଫୁଟେ
ନାରୀ ଯୌବନ ରୂପେ ପଦ୍ମ
କାମୁକ ମାତାଳ ଭ୍ରମର ଲୁଟେ।
କେତେକ ନାରୀ କୁମୁଦ
ଫୁଟି ନ ଫୁଟି କାମୋଦେ
ଉନ୍ମାଦ ମଧୁମକ୍ଷୀ କଟାକ୍ଷେ
ଗୋଟି ଗୋଟି ଉପହାସେ ଲୋଟେ
କୋଟି ନାରୀ କମଳ
କୋଟି ବସ୍ତ୍ର ହିନା
ଏ କଳିଯୁଗ ଧନ୍ଯ
ଏଠି ଅନେକ ନାରୀ ଯାଜ୍ଞସେନୀ ନଗ୍ନ
ଆଦିମତା କୋଳାଗ୍ରତେ
ନାହିଁ କୁରୁସଭା ପ୍ରୟୋଜନ
ନାମ ମୋ ହରେକୃଷ୍ଣ ଦେବ ହିନ
କୋଟି ବସ୍ତ୍ର ଦେବାକୁ ଅକ୍ଷମ
ଆଜି ନାରୀ ବିଶ୍ବ ସୁନ୍ଦରୀ
ଅଙ୍ଗେ ଅଳ୍ପ ବସ୍ତ୍ର ନେଇଛି ଆବୋରି
ନାରୀ ସୁନ୍ଦରୀ ବୋଲିତ
ଦୃଶ୍ୟମାନ ସର୍ବାଙ୍ଗ ସୁରା ସୁନ୍ଦରୀ
ଧନ୍ୟ ଏହି କଳିଯୁଗା ନାରୀ
ନେଇଛି ଲଜ୍ଜାକୁ ଆବୋରି ।

