STORYMIRROR

Nibedita Mishra

Romance

3  

Nibedita Mishra

Romance

ସନ୍ଧ୍ଯା ଭ୍ରମଣ

ସନ୍ଧ୍ଯା ଭ୍ରମଣ

1 min
211


କେଉଁଠି ଯେବେ ସଂଧ୍ଯା ନଇଁ ଯାଏ ଭାରୀ ମନେ ପଡ ତୁମେ

ତୁମ ସାଥେ ମୋ ସଂଧ୍ଯା ଭ୍ରମଣର ସ୍ମୃତି ଉଜ୍ଜୀବୀତ ହୁଏ ମନେ।


ହାତରେ ହାତକୁ ଛନ୍ଦୀ ଯେବେ ଚାଲୁଥିଲେ ଦୁହେଁ ରାସ୍ତାରେ

ନିଜକୁ ବଡ ଭାଗ୍ଯଶାଳୀ ବୋଲି ଭାବୁଥିଲି ମୁହିଁ ଏ ଧରାରେ।


ଗ୍ରୀଷ୍ମ ସଂଧ୍ଯାରେ ତୋ ଓଢଣୀଟି ପବନରେ ନାଚି ମୋତେ ଛୁଏଁ ,

ତୋତେ କି ଜଣା ମୋ ହୃଦୟରେ ସେବେ ପ୍ରେମ ପରି କିଛି ହୁଏ।


ତୋ ପରଫ୍ଯୁମର ବାସ୍ନା ମୋ ଚାରିପାଖେ ଖେଳି ହେଇଯାଏ

ସେଇ ବାସ୍ନାରେ ପରା ମୁଁ କିଛି କ୍ଷଣ ଲାଗି ଜାଣିଶୁଣି ହଜିଯାଏ।


ବର୍ଷା ରେ ଯେବେ ଆମେ ଦୁହେଁ ଗୋଟିଏ ଛତା ଧରି ଚାଲୁଥାଉ

ବିଜୁଳିକୁ ଡରି ତୁ ମୋ ପାଖକୁ ଲାଗି "ଡର ଲାଗୁଚି" ବୋଲି କହୁ।


ତୋ ସେଇ କଥା କେତେ ପଦ ମନକୁ ଯେ ମୋର ଅତି ଛୁଏଁ

ଆହୁରି ଆହୁରି ବିଜୁଳି ମାରୁ ବୋଲି ଈଶ୍ବରଙ୍କୁ ମୁହିଁ କୁହେ।


ଶୀତୁଆ ସଞ୍ଜର କଥା କି ଆଉ କହିବି ଲୋ ସଜନୀ

ସେ ସବୁକୁ ମୁଁ ଯେତେ ଚାହିଁଲେ ବି ଜମା ଭୂଲିପାରୁନି। 


ଆପାଦ ମସ୍ତକ ଶୀତବସ୍ତ୍ର ପିନ୍ଧି ଆସୁ ଯେବେ ଚାଲି ତୁହି

ଲାଗୁଥାଉ ସତେ ଅବା ଯେମିତି ଏକ ଇଂରାଜୀ କଣ୍ଢେଇ। 


ଆଜି ଜୀବନ୍ତ ତୋ ସାଥେ ବିତିଥିବା ପ୍ରତିଟି ସଂଧ୍ଯାଭ୍ରମଣ

ସନ୍ତକ ସେତକ ମୋ ଜୀବନେ ବଞ୍ଚିବାର ଏକମାତ୍ର କାରଣ। 


ଚାଲିଗଲୁ ସିନା ତୁହି, କାଳଚକ୍ରେ ବନ୍ଧା ଏ ଭାଗ୍ଯ ଜେହ୍ନେ

ହେଲେ ପ୍ରତିଟି ସଂଧ୍ଯା ଆଜିବି ତୋ ସ୍ମତି ଦେଇଯାଏ ମନେ। 


ଚୁପି ଚୁପି କରି କାନେ ମୋହର କହିଯାଏ ପ୍ରତିଟି ଭ୍ରମଣ ସଂଧ୍ଯା

ହ୍ରୁଦୟ ସାଥେ ପରା ସ୍ପନ୍ଦନର ସମ୍ପର୍କ ଚିରକାଳ ଲାଗି ବନ୍ଧା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance