STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ମଲି

ମଲି

1 min
149


ମଲି କେ ଆନୁଅଛେ ଶୀତ ଭମରା 

               ଫେରି ଯା ରେ ....

ଶୀତ ହେଇ କମ୍ପ ହେଉଛେ ଭମରା

                ଶୁନି ଯା ରେ ....।୧।

କଇଁ କଇଁ ହେଇ କାନ୍ଦୁଚେ ଦିନସାରା 

                ଭମରା ଦେଖି ଯା ରେ ...

କମ୍ପ ହେଇ ଦିହ୍ ତାତି ଯାଉଛେ ରାତିସାରା

                ଉଷ ଆନି ଦେ ରେ ....।୨।

ତର ଵିନେ ତା'କେ ନାଇଁ ଲାଗେ ଝୁମୁରା

                 ଭମରା ଫେରି ଆ ରେ...

ତା'ର କଥାକେ ଶୋର୍ ରଖିଥା ମନ୍ ଭମରା 

                  ଶୁନି ଯା ରେ ..........।୩।

ମଲି କେ ମର ଆନୁଅଛେ ଜର ଭମରା

                   ଫେରି ଆ ରେ .......

ଦିହ ତା'ର ଶୁଖି କଲା ପଡିଛେ ପରା

                   ଭିଟାମିନ ଆନି ଦେ ରେ ...।୪।

ମଲି କେ ମ'ର ନାଇଁ ଆସେ ଝୁମୂରା

                  ଫେରି ଆ ରେ........

ଦିନ ରାଏତ୍ ତତେ ଝୁରୁଛେ ପରା

                   ଫେରି ଆ ରେ ....…..।୫।

ଭାତ ଛାଡ଼ି କି ଖଟ୍ ଧରିଛେ ପରା

                 ମନ୍ ଭମରା ଜାନି ଥା ରେ

କାନ୍ଦି କାନ୍ଦି ପଥି ନେଉଛେ ପରା

                  ଟିକେ ବୁଝେଇ ଦେ ରେ ।୬।

ଭାବି ଭାବି କଲା କାଠ ହଉଚେ ପରା

                  ମନ୍ ଭମରା ଶୁନି ଯା ରେ ...

ମଲି କେ ମ'ର ଆନିଅଛେ ଜାଡ ଭମରା

                  ଭମରା ଫେରି ଆ ରେ ..…।୭।

ଆସଲେ ତୁଇ ଯିବା ସେ ମକର ଯାତରା

                 ଭମରା ଆସି ଯା ରେ....…

ଯାତରା ନେ ଘିନି ଦେବୁ ଗୁଲଗୁଲା ବରା

                  ଭମରା ଫେରି ଆ ରେ ...।୮।

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance