Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance

4  

Amit Bal

Romance

ଅଜଣା ଚିଠି

ଅଜଣା ଚିଠି

1 min
348


ଅଜଣା ଚିଠିରେ ଭରି ରହିଥାଏ

  ଖୁସି ସାଥେ ଭୟ ମିଶା

କିଏ ସେ ଦେଇଛି କେଉଁଠୁ ଆସିଛି

  କେତେ ପ୍ରଶ୍ନ କେତେ ଆଶା  


କେବେ ପ୍ରେମ ଚିଠି କେବେ ଶୋକ ଚିଠି

  ଚିଠି ର ଅନେକ ରୂପ

ଅଜଣା ଚିଠି ତ କୁହୁକ ପରିକା

  ସହଜେ ମିଳେନା ମାପ  


ଗୁପ୍ତ କଥା ଲେଖି ଦେଇ ଥାଏ କିଏ

  ଦୂରରୁ ଅଜଣା ଚିଠି

କିଏ ଲେଖି ଥାଏ ମନର ବ୍ୟଥାକୁ

   ବାରମ୍ବାର ଲେଖା କାଟି  


ଅଜଣା ଚିଠି ତ ଦୁଇଧାରୀ ଖଡ୍ଗ

  ବଢାଏ ହୃଦୟ ଗତି

ସୁନ୍ଦର ସଂସାର କେବେ ଭାଙ୍ଗି ଦିଏ

  ଦିନ ହୋଇଯାଏ ରାତି  


କ୍ରୋଧକୁ ସମ୍ଭାଳି ଅଜଣା ଚିଠିକୁ

  ଖୋଲିକି ପଢ଼ିବା କଥା

ନହେଲେ ଜୀବନେ ସବୁ ଚାଲିଯିବ

  ନଇଁ ଯିବ ତୁମ ମଥା ...........। 



Rate this content
Log in

Similar oriya poem from Romance