ନୀଳ ଜହ୍ନ
ନୀଳ ଜହ୍ନ
ମନର ଭାଷାକୁ
ବୁଝିପାରେ ବୋଲି
ପ୍ରିୟତମ ସେଇ ଜହ୍ନ.
ତା ପ୍ରୀତି ଜ୍ୟୋସ୍ନାରେ
ଭିଜାଇ ଦେଇଛି
ମୋର ଏ ଅଳସୀ ମନ ।
ବଉଦ ଫାଙ୍କରୁ
ଖେଳେ ଲୁଚକାଳି
ମିଠା ପ୍ରୀତି ଇସାରାରେ.
କଅଁଳ ସଞ୍ଜ ରେ
ହୃଦୟ ପଞ୍ଜରେ
ପ୍ରୀତି ଝରେ ଗୋପନରେ ।
ଯାଯାବର ସାଜି
କେବେ ଯାଏ ହଜି
କେଜାଣି କା ପ୍ରେମେ ରସି.
କେତେ ରକମ ସେ
ବାହାନା ଦେଖାଏ
ମୁରୁକି ମୁରୁକି ହସି ।
ଶିଶିର ବୁନ୍ଦାରେ
ପରାଗ ରେଣୁରେ
ମୋ ଦେହ ଭିଜାଇ ଦିଏ
ଅଭିମାନ କଲେ
ଉଦାସେ ଫେରଇ
ପ୍ରତାରକ ଭାରି ସିଏ ।
ପୂର୍ଣ୍ଣମୀ ରାତିରେ
ଚୁପି ଚୁପି ଆସେ
ରଚିଯାଏ ଅଭିସାର.
ନିରୁଦ୍ଧିଷ୍ଟ ପୁଣି
କୃଷ୍ଣ ପକ୍ଷେ କାହିଁ
ଦେଇ ବିରହ ଜହର