ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
କେବେ ନା କେବେ
କିଏ ତ ଧାଇଁଛି, କିନ୍ତୁ
କିଏ ବା ତାକୁ ଛୁଇଁଛି।
ସିଏ ତ ଏକ ଯାଦୁର କାଉଁରୀ
ସେ ତ କବିର ପରିକଳ୍ପନା
ସେ ତ ଲେଖକର ଅବର୍ଣ୍ଣନନୀୟ ଆଲେଖ୍ୟ
ସେ ତ ସମୁଦ୍ରର ଗୁପ୍ତ ଗନ୍ତାଘର
ସେ ତ ସୂର୍ଯ୍ୟଙ୍କର ବାସ ସ୍ଥଳ
ସେତ ତ ଚନ୍ଦ୍ରର ଗୁପ୍ତ ପ୍ରେମିକ
କିନ୍ତୁ ପ୍ରକୃତରେ ସିଏ ଆକାଶ ,ପୃଥିବୀର
ଚୀର ଇପ୍ସିତ ଶାଶ୍ଵତ ପ୍ରେମର ପରିଭାଷା।
ସେଠି ପ୍ରଭାତର ନାଲି ସୂର୍ଯ୍ୟ କିରଣ
ବିଧୌତ କରେ ଚତୁସ୍ପଦକୁ
ସେଠି ସୂର୍ଯ୍ୟାସ୍ତ ମାଗେ ଅଳ୍ପ ଟିକେ ଯାଗା
ନିଜ ମୁହଁ ଲୁଚାଇବାକୁ
ସେଠି ପ୍ରଥମ ଚନ୍ଦ୍ର କିରଣ
ପ୍ରଣିପାତ ଜଣାଏ ପୁଷ୍ପ ଅଞ୍ଜଳି ଧରି।
ସେଠି ସମୁଦ୍ରର ତରଙ୍ଗମାଳା ମୁଣ୍ଡପିଟେ
ନୃତ୍ୟର ଛନ୍ଦେ ଛନ୍ଦେ ନିଜ
ଅଵୟବକୁ ଭାବଭଙ୍ଗିର ଅଷ୍ଟମ ତାଳରେ,
ରତ୍ନଗର୍ଭା ତା ଗର୍ଭରେ ଥିବା
ସମସ୍ତ ରତ୍ନ ଭଣ୍ଡାରକୁ
ଅଜାଡ଼ି ଦିଏ ଭେଟି ସଦୃଶ୍ୟ,
ତାର ତ ଅନ୍ତ ନାହିଁ ସେ
ଦିଗନ୍ତ ହେବ ବା କିପରି
ସେ ଅସୀମ,ସେ ସସୀମ,
ସେ ଅନ୍ତହୀନ ଅନନ୍ତଙ୍କ
ଅଖିଳ ବ୍ରହ୍ମାଣ୍ତ,
ସେଠି ଏକମାତ୍ର ବିଶ୍ଵ ନିୟନ୍ତା
ଅନନ୍ତଶୟନରେ ଅର୍ଦ୍ଧ ନିମିଳିତ
ଚକ୍ଷୁ ପତାରେ ଶଯ୍ୟାଶାୟୀ।
ସେ ଦିଗନ୍ତର ଯାତ୍ରା ପଥେ
ଯିଏ ଯାଇଛି ତାର ହୃଦୟ
କଲ୍ଲୋଳିତ ହୋଇଛି ଏକ
ଅନିର୍ବଚନୀୟ ମହା କଲ୍ଲୋଳରେ।