ତୁମ ପାଇଁ ସିନା
ତୁମ ପାଇଁ ସିନା
ସ୍ମୃତି ତୁମେ ସାଥୀ ବିରହ ପ୍ରାଣର
ଲାଗ ଭାରି ଆପଣାର
କେବେ ତ ହସାଅ କନ୍ଦାଅ ବା ପୁଣି
କରି ଦିଅ ନାହିଁ ପର ।
ଭାବନାରେ ତୁମେ ଆସିଥାଅ ନିତି
ମଧୁର ସୁନ୍ଦର ସ୍ୱପ୍ନ
ତୁମ ପାଇଁ ସିନା ବିଚ୍ଛେଦର ଦୁଖ
ହୋଇପାରେ ଅବସାନ ।
ଅତି ଆପଣାର ହୋଇ ମଧ୍ୟ ଲୋକେ
ସ°ସାରରେ ସ୍ୱ।ର୍ଥପର
ଜୀଇ ଥାଉ ଥାଉ ଖୋଳନ୍ତି କବର
ଭାବିଥାନ୍ତି ସାତପର ।
ଚିହ୍ନି ହୋଇଥାଏ ଭଲ ମନ୍ଦ ମିଛ
ସ୍ମୃତି କଲେ ରୋମନ୍ଥନ
ସ୍ମୃତି କରେ ବଜ୍ର ହୃଦୟ କଠିନ
ସ୍ମୃତି ସଞ୍ଚରେ ଜୀବନ ।