STORYMIRROR

Baman Chandra Dixit

Romance Classics

3  

Baman Chandra Dixit

Romance Classics

ଅକୁହା ପ୍ରୀତି

ଅକୁହା ପ୍ରୀତି

1 min
214



ଚହଲା ପାଣିରେ ଜହ୍ନ ଆଲୁଅର

ଝଲମଲ ଛାପ ଜ୍ୟୋତି ଝଲକ

ମିଠା ମିଠା ମୋହ ମଖା ମନ ତଳେ

ସ୍ୱତଃ ଶିହରିତ ଶତ ସଂତ୍ରାସ।


ସ୍ମୃତି ମନ୍ଥନର ହାତଲଗା ମୋତି

ଖସରା ସମୟ ସାଗର ତଳୁ

ଏକା ଏକା କେବେ କେଉଁ କଥା ଭାବି

ମନରୁ ଉକୁଟା ଅନୁଢ଼ା ହସ ।


ବୟସ ଧାରରୁ ଖସିଗଲେ ବାସ

ନିଲଠା ରସିଆ ଉଚ୍ଚାଟ ମନ

ଅଜଣା ପଣର ଲାଜୁଆ ସଂଭ୍ରମ

ଆଦେଖା ଛଳନା ତୃପ୍ତ ପ୍ରୟାସ।


ଥର ଥର କଣ୍ଠ ଅସ୍ପଷ୍ଟ ଶବଦ

ସ୍ବାକ୍ଷର ବିହୀନ ଅକ୍ଷର-ମାଳା

ଅଲକ୍ଷେ ଲକ୍ଷିତ ଲାକ୍ଷାନୁରଞ୍ଜିତ

ଗୁପ୍ତ ପଦ କଞ୍ଜ ମାତ୍ର ମୁକତ।


ଅନ୍ତରେ ଆମୋଦ ବାହାରକୁ ଲାଜ

କହିବା ପାଇଁ ବି ମନ ଉଚ୍ଛନ୍ନ,

କହି ନୋହେ କିବା ସହି ନୋହେ ସହୀ

ପ୍ରୀତି ଦାହ ମୃଦୁ ମଧୁର ରସ।


ପୀରତି ଅବୁଝା ଅକୁହା ଅସହା

ଅନାଦି ଆଶା ର ଅସରା ନିଶା

ଭାବ ଅନୁଭବ ଆଭାସ ଆସକ୍ତ 

ଶକ୍ତ ପହରା ର ରିକ୍ତ ପ୍ରୟାସ।


Rate this content
Log in

Similar oriya poem from Romance