ଅଭୁଲା ସେ ମୁହୂର୍ତ୍ତ
ଅଭୁଲା ସେ ମୁହୂର୍ତ୍ତ
ନୀଳ ଉପତ୍ୟାକା
ନୀଳ ଜଳଧାରେ
ମନେ ପଡେ ସ୍ମୃତିଚି଼ହ୍ନ,
ପ୍ରୀତିପୂର୍ଣ୍ଣ ହୃଦେ
ଅନୁରାଗ ଭରି
ଆସିଥିଲା ନୀଳଜହ୍ନ l
ଝରିଗଲା ଯେବେ
ମଧୁର ପରଶ
ମୋ ହୃଦୟ ପାରାବାରେ,
ପୁଲକିତ ତନୁ
ଶିହରୀତ ମନ
ପ୍ରଣୟର ତରଙ୍ଗରେ l
ତା ମିଠା ଜ୍ୟୋତ୍ସ୍ନାରେ
ମୋ ଲାଜୁଆ ଓଠରେ
ଆଙ୍କିଦେଇଥିଲା ଛବି,
ସେଇ ପ୍ରୀତିରାଗ
ଶବ୍ଦ ହୋଇ ଝରେ
ହୋଇ ମୁଁ ଯାଇଛି କବି l
ମହକୁଛି ଦେହ
ମହକେ ମଳୟ
କମ୍ପିତ ହୃଦୟ ମୋର
ସେଇ ସ୍ପନ୍ଦନରେ
ଝଙ୍କୃତ ସେ ସ୍ମୃତି
କବିତାର ମିଠା ସୁର l
ସାଗରଠୁ ନୀଳ
ଗଭୀର ତା ପ୍ରୀତି
ଆକାଶ ପରି ଗମ୍ଭୀର
ଶ୍ରାବଣ ଧାରାଠୁ
ଆହୁରି ଶୀତଳ
ଚିରସ୍ରୋତା ପ୍ରୀତିଧାର l
ତା ନୀଳ ନୀଳିମା
ମୋ ଦେହେ ରଚିଛି
ସାଜିଛି ମୁଁ ନୀଳାମ୍ବରୀ,
ତା ପ୍ରୀତି ପରଶେ
ହୃଦ ବସନ୍ତରା
ପ୍ରୀତିରେ ଯାଇଛି ଭର ।