STORYMIRROR

Henarani Senapati

Romance

3  

Henarani Senapati

Romance

ଚନ୍ଦ୍ରାଲୋକର ଶୀତଳତା

ଚନ୍ଦ୍ରାଲୋକର ଶୀତଳତା

1 min
160

ଶୀତୁଆ ଆକାଶେ ଏ କି ଜ୍ୟୋର୍ତିବିନ୍ଦୁ

ପୂର୍ଣ୍ଣିମା ଆକାଶ ଜ୍ୟୋତ୍ସ୍ନା

ପୂର୍ଣ୍ଣ ଚନ୍ଦ୍ର ପରି ଅମୂଲ୍ୟ ସଦୃଶ

ମନଲୋଭା ମୃଗତୃଷ୍ଣା ।।


ଦୃଶ୍ୟ ଅଦୃଶ୍ୟ ଯେ ଅଟନ୍ତି ଚନ୍ଦ୍ରମା

ସମୟ ଧରି ନଥାନ୍ତି ।

ଆଜି ଘଡିକେ ତ କାଲି ଦୁଇ ଘଡି

କେବେ ଛୁଟି ନେଇଯାନ୍ତି ।।


ଦୂରତ୍ୱ ଦୃଶ୍ୟରେ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ

ପାଖ ଦୃଶ୍ୟ ଶିଳାଖଣ୍ଡ 

ଥଣ୍ଡା ଥଣ୍ଡା ତାଙ୍କ ଶରୀର ଗୋଟାକ

ସତେ କି ବରଫ ଖଣ୍ଡ ।।


ଜ୍ୟୋତ୍ସ୍ନା ଆଲୁଅରେ ବାଦଲ ପଛରେ

ଲୁଚକାଳି ଖେଳୁଥାନ୍ତି 

ବର୍ଷା କନିଆଁର କଳା ଓଢଣିରେ

ସତେ କି ସେ ଛପିଯାନ୍ତି ।


ଜାଣିବାକୁ ହୁଏ ମନରେ ଜିଜ୍ଞାସା

ଏକି ଆଲୋକର ଧାରା ।

କାହା ଆଲୋକରେ ଆଲୋକିତ ହୋଇ

ବିଛାଡି ଦିଅନ୍ତି ଧରା।


ସୂର୍ଯ୍ୟ ଦେବତାଙ୍କ ଉଧାର ଆଲୋକ

ଚନ୍ଦ୍ରମା ତ ଭେଟି ଦିଏ ।

ଚନ୍ଦ୍ର ସୂର୍ଯ୍ୟ ଦୁହେଁ ଭାଇ ଭାଇ ହୋଇ

ସୂର୍ଯ୍ୟ ଉଷ୍ଣ ଚନ୍ଦ୍ର ନିଏ ।।


ଅନ୍ଧାର ରାତିରେ ଅମୂଲ୍ୟ ଆଲୋକ

ମନ ଦୋହଲାଇ ଦିଏ ।

ପବିତ୍ର ଲାଗଇ ଛାଇ ଆଲୁଅ ଯେ

ଲୁଚି ଛପି ଜ୍ୟୋତ୍ସ୍ନା ଦିଏ ।।


ଅପୂର୍ବ ଦର୍ଶନ ଦିଅନ୍ତି ଆକାଶେ

ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ରୂପ ।

ଶାନ୍ତିର ପ୍ରତୀକ ଆଣିକି ଆସନ୍ତି

ଶରୀର ଶୀତଳ ତାପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance