ପ୍ରିୟସୀ ପ୍ରିୟତମା
ପ୍ରିୟସୀ ପ୍ରିୟତମା
ଆଖିରେ ମୋହର ସପନ ବୁଣିଲ ଆଖିରେ ମିଶାଇ ଆଖି,ଧୂସର ମଧ୍ୟାହ୍ନେ ଆକାଶ ଛାତିରେଇନ୍ଦ୍ରଧନୁ ଦେଲ ଆଙ୍କି ।
ଶୂନ୍ୟ ଜୀବନରେ ପୂର୍ଣ୍ଣତା ଭରିଲପ୍ରାଣପ୍ରିୟା ମୋର ସାଜି ପ୍ରେମର ମଧୁର ଶୀତଳ ଜୋଛନାଦେହ ସାରା ଦେଲ ଛାଟି ।
ବିନା ବରଷାରେ ଭିଜିଯାଏ ଆଜିଭାବନାରେ ପ୍ରତିକ୍ଷଣ ଶୀତ ସକାଳର କୁହୁଡି ଭିତରେକଅଁଳ ଖରାର ଚିହ୍ନ ।
ବରଫ ପରିକା ତରଳି ଯାଏ ମୁଁଯେବେ ଦେଉ ଥରେ ଛୁଇଁଖେଳେ ଶିହରଣ ଶିରା ପ୍ରଶିରାରେ ଆନମନା ଯାଏହୋଇ।
ତୋ ଦେହ ମହକେ ମଳୟ ମହକେସରଗର ପାରିଜାତଭ୍ରମରଟେ ସମ ତୋର ପାଶେ ଧାଏଁଁକରୁ ସଦା ଆକର୍ଷିତ ।

