STORYMIRROR

Dr Baman Chandra Dixit

Romance Classics

3  

Dr Baman Chandra Dixit

Romance Classics

ତୁମେ ଆସିଲନି

ତୁମେ ଆସିଲନି

1 min
127

ଆଜି ସପନରେ ତୁମେ ଆସିଲନି ,

ବଡ଼ି ଭୋରୁ ନିଦ ଟା ଭାଙ୍ଗିଗଲା।

ତୁମ କଥା ମନେ ପଡିଗଲା ଯେବେ,

ଏଇ ମନଟା ଚଗଲା ହେଇଗଲା ।


ଅତି ମନ୍ଦ ମନ୍ଦ ଛନ୍ଦ ମଳୟର

ବନ୍ଦ ଝରକା କବାଟ ଆରପଟୁ ।

ତୁମେ ଥିବ ଭାବି ଯେବେ ଖୋଲିଦେଲି 

ମେଞ୍ଚେ କୋହଲା ପବନ ପଶିଗଲା।


ଥରିଗଲା ଛାତି ଭିତରଟା ମୋର

ବାହୁ ଛନ୍ଦି ଚାଦର କୁ ଜାକିନେଲି ।

ତୁମ ବିନା ତୁମ ତାତି ଛାତି ତଳେ

ଗୁଞ୍ଜି ଦେଲି ମନଟା ମୋ କୁହୁଳିଲା।


ପୁଣି ଶୋଇବାର ଯେତେ ପ୍ରୟାସକୁ

ତୁମେ ନଷ୍ଟ କରିଦେଲ ଜାଣି ଜାଣି।

ନିଜ ନିଶ୍ବାସ ଭରିଲି ରେଜେଇରେ

ଅଳ୍ପ ଉଷୁମ ଉଷୁମ ଲାଗୁଥିଲା।


ଏବେ କଥା ଦିଅ କାଲି ଆସିବାକୁ

ଚେଇଁ ଶୋଇବାକୁ ଆଉ ରାତି ନାହିଁ।

କେବେ ସ୍ୱପ୍ନ ନାହିଁ କେବେ ତୁମେ ନାହଁ

କାନ୍ଥ ଘଡ଼ି ଟିକ୍ ଟିକ୍ କହୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance