ମରୀଚିକା
ମରୀଚିକା
ରୂପ ରାଇଜର ରାଜକୁମାରୀ ଗୋତୁମକୁ ଦେଖିଲା ପରେ,ମନ ଉପବନେ ତୁମରି ପ୍ରେମରମୃଦୁ ସମୀରଣ ବହେ ।
ଉଡ଼ିବୁଲେ ଆଜି ପ୍ରେମ ପକ୍ଷୀ ସାଜିଯେମିତି ଆକାଶେ ଗୁଡ଼ି,ତୁମ ଭାବନାରେ ସକାଳରୁ ସଞ୍ଜନିଇତି ରହୁଛି ବୁଡ଼ି ।
ଦିନ ହେଲେ ଖୋଜେ ରାତି ଆକାଶକୁ ରାତି ହେଲେ ଖୋଜେ ଦିନ,ତୁମ ପ୍ରତିରୂପ ଭାବି ନିଜ ଛାଇକଥା ହୁଏ ମୋର ମନ ।
ବିନା ଶ୍ରାବଣରେ ଭିଜାଇ ଦେଇଛ ଯଦିଓ ହାତରେ ଛତା,ବୈଶାଖି ଆକାଶେ ଇନ୍ଦ୍ରଧନୁ ଦିଶେ ଯେବେ ଭାବେ ତୁମ କଥା ।
ବାଟେ ଅବା ଘାଟେ ତୁମ ପରିଚୟ ମାଗେ ଯିଏ ଦେଖାହୁଏ କୁହନ୍ତି ସଭିଏଁ ମୁଁ ବୋଧେ କାଳେ ମରୀଚିକା ପଛେ ଧାଏଁ ।