Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrunmayee Behera

Romance

4  

Mrunmayee Behera

Romance

ମାଟିର ବାସ୍ନା

ମାଟିର ବାସ୍ନା

1 min
357


ବିକ୍ଷିପ୍ତ ଭାବନା କରେ ଆନମନା

କିଏ ବା ବୁଝିବ ହୃଦୟ ଭାବନା ।।


ପହିଲି ପୁଲକ ଶ୍ରାବଣ ଆଣିଲା 

ଭିଜା ମାଟି ବାସ୍ନା ଦେଖ ମହକିଲା ।।


ମନରେ ଉଠଇ ଭାବର ତରଙ୍ଗ  

ଲାଗିଗଲା ଅଙ୍ଗେ ପ୍ରେମ ସପ୍ତରଙ୍ଗ ।।


ଶୀତଳ ପବନେ ମାଟିର ମହକ 

ଲୋମ ପୁଲକିତ ସ୍ପର୍ଶରେ କୁହୁକ ।।


ଭିଜା ମାଟି ସହ ଭିଜିଲା ପଣତ 

ଲାଜ ଲାଜ ମୁହେଁ ଆଶା ଅପ୍ରମିତ ।।


 

ଅତୀତର‌ ସ୍ମୃତି ସାଜିଣ ତକ୍ଷକ 

ଦଂଶନ କରଇ ମନତଳ ଶୋକ ।।


ସାଜି ସଞ୍ଜିବନୀ ମେଘର ନାୟକ

ଦୂର କଲେ ବ୍ୟଥା ବେଦନା ଅନେକ ।।



Rate this content
Log in

Similar oriya poem from Romance