STORYMIRROR

Mrunmayee Behera

Classics

3  

Mrunmayee Behera

Classics

ନାଉରିଆ

ନାଉରିଆ

1 min
244


ନାଉରିଆ ସାଜି ବାହିଦିଅ ପ୍ରଭୁ 

ଜୀବନ ନାଆ ଟି ମୋର,

ଅଥଳ ସାଗରେ ପାପ ଭଉଁରୀ ରେ

ନାଆ ଝୁଲେ ବାରମ୍ବାର ।।


କୁଳମଣି ଆହେ କୂଳରେ ଲଗାଅ

ମଝି ଦରିଆରେ ନାଆ,

ଜୀବନେ ଅର୍ଜିତ ପାପର ପଙ୍କରେ

ପଙ୍କଜଚରଣ‌ ସାହା ।।


ଝଡଝଞ୍ଜା ଆସି କରେ ଟଳମଳ

ନାଆ ମୋର ଯିବ ବୁଡି,

ଆସ ଭକ୍ତବନ୍ଧୁ ସାଜି ନାଉରିଆ

ଭିକ୍ଷା କରେ ପାଦେ ପଡି ।


ପ୍ରାଣ ପକ୍ଷୀ ମୋର ଉଡ଼ାଇ ଦିଅହେ

ପ୍ରାଣନିଧି‌ ପ୍ରାଣେଶ୍ଵର,

ମାଟି ଘଟ ମୋର ମାଟିରେ ମିଶିବ

ଆତ୍ମା ଯିବ ନିଜ ଘର ।।


ମୁକ୍ତ ପ୍ରାଣ ଉଡେ ଆନନ୍ଦରେ

ଆସ୍ଵାଦିଣ ନାମ ରସ,

ଆତ୍ମା ଲୀନ ହେବ ପରମାତ୍ମା ସଙ୍ଗେ 

ଛିଡାଇଣ ମୋହ ଫାଶ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics