ନୀଳଶୈଳ
ନୀଳଶୈଳ
1 min
181
ନୀଳଚକ୍ର ନେତ ଭକ୍ତର ଭରସା
ନୀଳଗିରି ବାସୀ ଜଗତର ଆଶା
ନିର୍ବୋଧ ମନର ସେ ପରିଭାଷା
ନିଃଶବ୍ଦ ତିମିରେ ଆଲୋକ ଦିଶା ।।
ନୀଳଶୈଳ ତୁମେ ଭକ୍ତର ବନ୍ଧୁ
ଅଥଳ ସାଗରେ କୃପାର ସିନ୍ଧୁ
ଅନ୍ତରେ ଜଳାଇ ଭକ୍ତି ପ୍ରଦୀପ
ଶ୍ରୀ ନାମ ରସରେ ମୂଢେ ତରିବ ।।
