STORYMIRROR

Mrunmayee Behera

Classics

4  

Mrunmayee Behera

Classics

ମା କାଳିଜାଇ

ମା କାଳିଜାଇ

1 min
261


ମା କାଳିଜାଇ ସାହା ହୁଅ ମାଗୋ

ଯୋଗମାୟା ଭଗବତୀ,

ଆରତଭଞ୍ଜନୀ ଅରକ୍ଷରକ୍ଷିତା

ତୋର ବିନା ନାହିଁ ଗତି ।


ସକଳ ତୀର୍ଥ ମା' ତୋର ଦୁଇ ପାଦେ

ନତ ମସ୍ତକ ତୋ ପାଦେ,

ଅନ୍ୟ ଆଶ୍ରା ମୋର ଆଉ ଲୋଡା ନାହିଁ

ତୁହି ସାହା ଲୋ ପ୍ରମାଦେ ।


ନାଉରିଆ ସ୍ମରେ ତୋର ନାମ ମାତା

ଡରେ ନାହିଁ ଝଡଝଞ୍ଜା,

ଚିଲିକା ହ୍ରଦ ର ମଧ୍ୟେ ବାସ ତୋର

ଦୟାମୟୀ ପାଉ ପୂଜା ।


ବୁଡି ଯିବାବେଳେ ତୋ'ନାମ ଡାକିଲେ

ଉଦ୍ଧାର କରୁଲୋ ମାତା,

ଭବ ଦରିଆରେ ମୁହିଁ ଭାସିଗଲି

ରକ୍ଷା କର ଏ ଅରକ୍ଷିତା ।


ହୃଦୟ ରୁ ମାଗୋ ସୁମରିଲି ତୋତେ

ସଦା ରହିଥିବୁ ପାଶେ ମୋର,

ମା'ର ପଣତ ତଳେ ଘଣ୍ଟଘୋଡେଇ 

ସାହା ହେଉଥିବୁ ନିତ୍ୟେ ।



Rate this content
Log in

Similar oriya poem from Classics