ହେ ଶୀତ
ହେ ଶୀତ
ହେ ଶୀତ ପ୍ରକୃତ ବନ୍ଧୁ ଟିଏ ତୁମେ,
ହୃଦୟରୁ ହୃଦୟର ବାର୍ତ୍ତା ଟିଏ ତୁମେ ।
ତୁମର କୋମଳ ସ୍ପର୍ଶ,
ମେଣ୍ଟାଏ ମୋ ଅବଶୋଷ।
ପ୍ରୀତି ସାଗରେ ଜୁଆର,
ହୃଦୟ ସ୍ପନ୍ଦନ ବି ଧୀର ।
ଆଖିରେ ସପନର ଢେଉ,
କେବେ ଫୁଲ କେବେ ମହୁ ।
ଯଉବନ ର ଉଦ୍ଧମତା,
ଭାଙ୍ଗେ ନାହିଁ ନୀରବତା ।
କୋଳାଗ୍ରତ କରି ତୁମେ,
ଅପଲକେ ଭ୍ରମି ଭ୍ରମେ ।