STORYMIRROR

Mrunmayee Behera

Others

3  

Mrunmayee Behera

Others

ରାକ୍ଷୀ

ରାକ୍ଷୀ

1 min
177


ଭାଇ ସାଥେ ବନ୍ଧା ଭାବର ବନ୍ଧନ

ଭଉଣୀର ପ୍ରେମ ସଦା ଅନୁପମ ।।


ନିଆରା ସମ୍ପର୍କ ଅତୁଟ ଏ ପ୍ରେମ,

ଦୁଇଟି ଶରୀର ଏକ ଆତ୍ମା ସମ ।।


ଜୀବନସ୍ରୋତରେ ଭିନ୍ନ ତାଙ୍କ ଗତି,

ରକ୍ଷା ବନ୍ଧନରେ ବନ୍ଧା ଦୁଇ ଜ୍ୟୋତି।।


ଦୁହେଁ ଦୁହିଁଙ୍କର ହୃଦୟ ସ୍ପନ୍ଦନ 

ଭାଙ୍ଗି ନ ପାରିବେ କେହି ଏ ବନ୍ଧନ ।।


ଅମର ପ୍ରେମର ଅଭୂଲା କାହାଣୀ,

ଦୁଇ ପ୍ରଭୁ ସଙ୍ଗେ ସୁଭଦ୍ରା ଭଉଣୀ ।


ଘୋଷଯାତ୍ରା ହୁଏ ଭଉଣୀର ସାଥେ,

ଭାବର ଠାକୁର ଚାଲନ୍ତି ଆନନ୍ଦେ ।।


ଭାଇ ଭଉଣୀର ଅନାବିଳ ପ୍ରେମ 

ପ୍ରତିକ ସ୍ୱରୂପ ଏ ରକ୍ଷାବନ୍ଧନ ।।



Rate this content
Log in