STORYMIRROR

Mrunmayee Behera

Classics

3  

Mrunmayee Behera

Classics

ଶ୍ଵେତ ପଦ୍ମାସନୀ

ଶ୍ଵେତ ପଦ୍ମାସନୀ

1 min
204

ଶ୍ଵେତ ପଦ୍ମାସନୀ ମା' ହଂସ ବାହିନୀ

ଜ୍ଞାନ ଦାତ୍ରୀ ସରସ୍ଵତୀ,

ହୃଦୟ କନ୍ଦରେ ପଦାର୍ପଣ କର

ବିଦ୍ୟା ଦିଅ ବିଦ୍ୟାଦାତ୍ରୀ ।।


ମୁହିଁ ମୂଢ ମାଗୋ ଅଧମ ପାପିଷ୍ଠ

ଜାଣେ ନାହିଁ ଜପ ଧ୍ୟାନ,

ମାତା ସରସ୍ଵତୀ କୃପା କଟାକ୍ଷ ରେ

କର ଭକ୍ତି ରସାମୃତ ଦାନ ।।


ସଂସାର ପଞ୍ଜୁରୀ ବଡ କଷ୍ଟଦାୟ

ହୁଏ ପ୍ରାଣ ଛଟପଟ,

ଅଜ୍ଞାନ ଅନ୍ଧାର ଦୂରିଭୂତ କର

 ମନ ହେଉ ଜ୍ଞାନପୀଠ ।।


ବିନା ଜ୍ଞାନେ ନର ହୁଏ ପଶୁ ସମାନ

ସଠିକ,ଭୂଲ ର ପ୍ରଭେଦ ନାହିଁ,

ଜ୍ଞାନ ଦାତ୍ରୀ ସରସ୍ଵତୀ କୃପା ବଳେ

ନର‌ ,ଦେବ ସମ ହୁଅଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics