STORYMIRROR

Mrunmayee Behera

Classics

4  

Mrunmayee Behera

Classics

ଆହ୍ୱାନ

ଆହ୍ୱାନ

1 min
282


ଆତ୍ମସତ୍ତାକୁ ବଞ୍ଚାଇବାର ପ୍ରୟାସ 

ନାରୀ ହୃଦୟର ଭିନ୍ନ ଆହ୍ୱାନ,

ସମାଜର କଳଙ୍କିତ ପ୍ରଥା, ପରମ୍ପରା 

ଯିଏ ନମାନେ ସେ ବିଦ୍ୱାନ ।।


କୋମଳ ସ୍ପର୍ଶରେ ପିତା ମାତାଙ୍କୁ

ଆନନ୍ଦିତ କରେ କନ୍ୟା,

ପିତୃଆଳୟରେ ସୁଖ ଆନନ୍ଦର

ଛୁଟାଇ ଦିଏ ସେ ବନ୍ୟା ।।


ସିଏ ଅନନ୍ୟା, ସ୍ଵୟଂ ସମ୍ପୂର୍ଣା

ସର୍ବତ୍ର ସେ ବନ୍ଦନୀୟା,

ତଥାପି ହାୟେରେ କେତେ ଅସହାୟ

ଜାଳେ ଯୌତୁକର ନିଆଁ ।।


ଜୀବନ ଯାକର ପୁଞ୍ଜି ପ୍ରତିଦାନେ

ପିତା ଆଶାକରେ ଖୁସି,

ଅଲିଅଳି କନ୍ୟା ସୁଖରେ ଗଢୁତା

ସୁନାର ସଂସାର ବସି ।।


ହେଲେ ପିତା ଆଶା ହୁଏ ମରୀଚିକା

ଝିଅ ର ଜଳଇ ଚିତା,

ଅସହାୟ ସେହି କନ୍ୟା ମାତା,ପିତା

ଅସହାୟ ସେ ଦୁହିତା ।।


ସବୁ ଝିଅମାନଙ୍କର ହୃଦୟ ଆହ୍ୱାନ

ନ ରହୁ ଯୌତୁକ ପ୍ରଥା,

ଶାଶୁଶଶୁର ଠୁଁ ମିଳୁ ସ୍ନେହ ଓ ଆଦର

ସ୍ଵାମୀ ହେଉ ରକ୍ଷାକର୍ତ୍ତା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics