ବୈରାଗ ମନ
ବୈରାଗ ମନ
1 min
139
ବୈରାଗ ମନ ଟି ମୋ ପଥ ପ୍ରଦର୍ଶକ
ସଂସାର ମାୟାରୁ କରାଏ ବିମୁଖ।
ହରି ନାମ ରସ ମହିମା ଅନେକ,
ଆତ୍ମା ସହ ପରମାତ୍ମା ର ସମ୍ପର୍କ ।
ଲୋଭ, ମୋହ ,ତ୍ୟାଗ ଭକ୍ତିର ସ୍ଵରୂପ,
ଅନ୍ତର୍ଯ୍ୟାମୀ ପଦେ ନିତ୍ୟ ଲୟ ରଖ ।
ଆନନ୍ଦ ଅସୀମ ଅନନ୍ତ ର ପଦେ,
ନିରନ୍ତର ଭଜ ହରି ଅପ୍ରମାଦେ ।
କରି କଳୁଷ ନ ଅଙ୍ଗେ ହେବ ସ୍ପର୍ଶ,
ବୈଷ୍ଣବ ସାଧିତ ବୈରାଗ ହିଁ ଆଦର୍ଶ ।
